ଷ୍ଟାରଡମ ନେଇ ନାନା ପାଟେକରଙ୍କ କଟାକ୍ଷ: ଏଠି ବଦଳା ଯାଏ ପ୍ରତି ସପ୍ତାହରେ ସୁପରଷ୍ଟାର…

ମୁମ୍ବାଇ : ଦ ଭ୍ୟାକ୍ସିନ ୱାର୍‌ ଫିଲ୍ମ ପାଇଁ ନାନା ପାଟେକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହାର ଜୋରଦାର ପ୍ରଚାର ହେଉଛି। ଏହି ସମୟରେ, ଏକ ସାକ୍ଷାତକାରରେ ସେ ଆଜିର ତାରକା ଏବଂ ସେମାନଙ୍କ ଷ୍ଟାରଡମ ଉପରେ ଏକ କଟାକ୍ଷ କରିଛନ୍ତି।

ହୋଇଥିବା ବାର୍ତ୍ତାଳାପରେ ନାନା ପାଟେକର କହିଛନ୍ତି ଆଜିର ଅଭିନେତାଙ୍କ ଖ୍ୟାତି କେବଳ ଚାରି ଦିନ ପର୍ଯ୍ୟନ୍ତ ରହିଥାଏ, ଯାହା ପ୍ରତି ସପ୍ତାହରେ ବଦଳିବାରେ ଲାଗିଛି। ଯଦି ଆଜି କାହାର କ୍ରେଜ ଅଛି, ଆସନ୍ତାକାଲି ପଚାରିବାକୁ କେହି ନାହାଁନ୍ତି ।

କିମ୍ବଦନ୍ତୀ ସୁପରଷ୍ଟାରଙ୍କ ଅକ୍ଷୁର୍ଣ୍ଣ ଷ୍ଟାରଡମର ଉଦାହରଣ ଦେଇ ନାନା ପାଟେକର କହିଛନ୍ତି, ସେହି ସମୟର ତାରାକାମାନଙ୍କୁ ଦେଖ, ଆମେ ୟୁସୁଫ ସାହାବ (ଦିଲୀପ କୁମାର)ଙ୍କୁ ଭୁଲି ପାରିବୁ ନାହିଁ। ରାଜ କପୁର, ଦେବ ଆନନ୍ଦ ସାହାବଙ୍କୁ ଭୁଲି ପାରିବୁ ନାହିଁ। ବକ୍ସ ଅଫିସ ନମ୍ବର ବିଷୟରେ ସେ ମଧ୍ୟ ସେ କହିଛନ୍ତି, ଆଜିକାଲି, ପ୍ରତି ସପ୍ତାହରେ ତାରକା ବଦଳା ଯାଏ। ଏଠି ପ୍ରତି ସପ୍ତାହରେ ସୁପରଷ୍ଟାର ବଦଳା ଯାଏ।

ନାନା ପାଟେକର ଓଟିଟି ପ୍ଲାଟଫର୍ମକୁ ପ୍ରଶଂସା କରି ଏହାକୁ ଏକ ଭଲ ପ୍ଲାଟଫର୍ମ ବୋଲି କହିଛନ୍ତି, କାରଣ ଏହା ତାଙ୍କ ଭଳି ଅଭିନେତାମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ। ସେ କହିଛନ୍ତି, ଆମ ଭଳି ଚେହେରା ନେଇ ଆସିଥିବା ଲୋକମାନେ ସେତେବେଳେ ସୁଯୋଗ ପାଇ ନ ଥିଲେ। ଓମ ପୁରୀଙ୍କର ସୁନ୍ଦର ଚେହେରା ନ ଥିଲା। ଇରଫାନଙ୍କର ମଧ୍ୟ ସୁନ୍ଦର ଚେହେରା ନ ଥିଲା। ମୋର ଚେହେରା ନ ଥିଲା, ମନୋଜ ବାଜପେୟୀଙ୍କର କୌଣସି ଚେହେରା ନ ଥିଲା। ରଘୁବୀର ଯାଦବଙ୍କର ନ ଥିଲା।

ତେବେ ବର୍ତ୍ତମାନ ଆମେ ସମସ୍ତେ ଏକ ମଞ୍ଚ ପାଇଛୁ। ଓଟିଟି ପହଞ୍ଚିବା ପରେ ଥିଏଟର ଏବଂ ସିନେମା ପରେ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାକୁ ଆଉ ଏକ ପ୍ଲାଟଫର୍ମ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri