ନୂଆଦିଲ୍ଲୀ,୭।୨: କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟ ବିଧାନସଭା ସିଏଲ୍ପି ପଦରୁ ଇସ୍ତଫା ଦେବା ପରେ ପ୍ରଦେଶ ଅଧ୍ୟକ୍ଷ ନାନା ପାଟୋଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଇସ୍ତଫା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏପର୍ଯ୍ୟନ୍ତ ତାଙ୍କ ନିକଟକୁ କୌଣସି ଚିଠି ଆସିନାହିଁ ବୋଲି ପାଟୋଲ କହିଛନ୍ତି। ଏତଦ୍ ବ୍ୟତୀତ ସେ କହିଛନ୍ତି, ମୁଁ ଭାବୁ ନାହିଁ ଯେ, ଥୋରାଟ ଦଳର ନେତୃତ୍ୱଙ୍କୁ ଏପରି ଚିଠି ଲେଖିବେ। ସେ ଆମର ନେତା ଏବଂ କଂଗ୍ରେସ ବିଧାନସଭା ଦଳର ନେତା ବୋଲି ପାଟୋଲ କହିଛନ୍ତି। ଅନ୍ୟପଟେ ଥୋରାଟ ଚିଠିରେ ଯାହା ଲେଖିଛନ୍ତି, କଂଗ୍ରେସର ଅସୁବିଧା ନିଶ୍ଚିତ ଭାବେ ବଢ଼ିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। କାରଣ ନାସିକ ବିଧାନ ପରିଷଦ ନିର୍ବାଚନ ସମୟରେ ପୁରା ରାଜନୀତି ଚାଲିଥିଲା।