ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ

ଓ୍ବାଶିଂଟନ୍‌,୩।୮: ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ଏହାର ଫଳସ୍ବରୂପ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନ୍‌ରେ ଅନୁପ୍ରବେଶ କରିଛି। ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୬ ଜେ-୧୧, ୬ ଜେ-୧୬ ଏବଂ ୧୬ ଏସ୍‌ୟୁ୩୦ ଯୁଦ୍ଧ ବିମାନ ମଧ୍ୟ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍‌ ଜୋନ୍‌(ଏଡିଆଇଜେଡ୍‌)କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା।
ପେଲୋସିଙ୍କ ଗସ୍ତରେ ଚାଇନା ଅସନ୍ତୋଷ ପ୍ରକାଶ କରିଛି। ଏହାର ଭୟଙ୍କର ପରିଣାମ ଭୋଗିବାକୁ ଆମେରିକାକୁ ପ୍ରସ୍ତୁତ ହେବାକୁ ଚେତାବନୀ ମଧ୍ୟ ଦେଇଛି। ଏହା ସହିତ ଚାଇନା ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇ ଏହି ପ୍ରସଙ୍ଗରେ ନିଜର ପ୍ରତିବାଦ କରିଛନ୍ତି। ନାନ୍ସିଙ୍କ ଗସ୍ତ ମଝିରେ ଚାଇନା ସେନା ମଧ୍ୟ ସାମରିକ ଅଭ୍ୟାସ କରିଥିଲା।
ପେଲୋସି ମଙ୍ଗଳବାର ରାତିରେ ତାଇପେରେ ପହଞ୍ଚିଥିଲେ। ବୁଧବାର ସେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ କରିଥିଲେ। ଦୀର୍ଘ ୨୫ ବର୍ଷ ପରେ ଆମେରିକାର ଜଣେ ଉଚ୍ଚ ସ୍ତରୀୟ ଅଧିକାରୀ ଭାବେ ନାନ୍ସି ତାଇୱାନ ଗସ୍ତ କରିଛନ୍ତି।

Share