Categories: ଖେଳ

ନନ୍ଦକିଶୋର ମହିଳା ଫୁଟ୍‌ବଲ: ବିଡ଼ାନାସୀ ଚାମ୍ପିୟନ

ଭୁବନେଶ୍ୱର, ୧୮ା୧୨ (ବିଜୟ ରଣା): ସିଟି କ୍ଲବ ଏବଂ ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନନ୍ଦକିଶୋର ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ବିଡ଼ାନାସୀ, କଟକ ଦଳ ୧-୦ ଗୋଲ୍‌ରେ କିଟ୍‌-କିସ୍‌କୁ ହରାଇ ଚଳିତବର୍ଷର ଚାମ୍ପିୟନ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ରୁଚି ମସଲାର ଏମ୍‌.ଡି. ଶରତ କୁମାର ସାହୁ, ପୂର୍ବତନ ଭାରତୀୟ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ପାଇକ ସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ମୁକ୍ତିକାନ୍ତ ଦାସ, ସହଦେବ ରାଉତ, ରଘୁ ପଣ୍ଡା, ଭାଗ୍ୟଧର ପଣ୍ଡା ଓ ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳକୁ ୫୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ।

 

Share