Categories: ମେଟ୍ରୋ

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିପାରେ ନନ୍ଦନକାନନ

ବାରଙ୍ଗ,୨୫।୭(ଡି.ଏନ୍‌.ଏ.): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଗତ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି, ପର୍ଯ୍ୟଟକଙ୍କ ଲାଗି ପ୍ରାଣୀ ଉଦ୍ୟାନ ଖୋଲିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ପ୍ରାୟ ତିନିମାସ ହେବ ବନ୍ଦ ରହିଥିଲା,ଏଥିପାଇଁ ପ୍ରାଣୀ ଉଦ୍ୟାନକୁ ବିଶୋଧନ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାବ୍ୟତୀତ ବନ୍ଦ ଥିବା ଶିଶୁ ରେଳଗାଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ସରକାରଙ୍କ ଅନୁମତି ଆସିଲେ ନନ୍ଦନକାନନ ଖୋଲାଯିବ। ପର୍ଯ୍ୟଟକଙ୍କ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିସହ ପ୍ରାଣୀ ଉଦ୍ୟାନ ପରିସରରେ ନିର୍ଦ୍ଧିଷ୍ଟ କର୍ମଚାରୀ ନିୟୋଜିତ ରଖି ତଦାରଖ କରାଯିବ। ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିବାବେଳେ ଅଧିକାରୀଙ୍କ ସହ ଆଲୋଚନା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବା ଆଶଙ୍କା ରହିଛି ବୋଲି ଉପନିର୍ଦ୍ଦେଶକ ଡ. କୁମାର କହିଛନ୍ତି।

Share