ରାତିରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର,(ଅସମାପିକା ସାହୁ)/ ବାରଙ୍ଗ,୨୪।୮(ଲିଙ୍ଗରାଜ ରାଉତ)ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ରାତିରେ ନନ୍ଦନକାନନ ଖୋଲିବାକୁ ନେଇ ଯୋଜନା କରିଛନ୍ତି। ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। କିନ୍ତୁ ଖୁବ୍‌ଶୀଘ୍ର ରାତିରେ ବି ନନ୍ଦନକାନନ ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ। ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡ୍‌ଏ)ଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ନିକଟରେ ଏଭଳି କିଛି ନୂଆ ବ୍ୟବସ୍ଥାକୁ ନେଇ ନନ୍ଦନକାନନ ମାଷ୍ଟରପ୍ଲାନ ଦାଖଲ କରିଛି। ଆସନ୍ତା (୨୦୨୦-୪୦)୨୦ବର୍ଷ ପାଇଁ ଏହି ପ୍ରସ୍ତାବ ଦିଆଯାଇଛି। ସନ୍ଧ୍ୟା ୬ରୁ ୭ କିମ୍ବା ୭ରୁ ୮ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି। ମାଷ୍ଟରପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନର ପରିସୀମାକୁ ବୃଦ୍ଧିକରିବା ପାଇଁ ଚୂଡ଼ଙ୍ଗ ଓ କୃଷ୍ଣନଗର ଅଞ୍ଚଳକୁ ସାମିଲ କରାଯାଇ ନନ୍ଦନକାନନର ସମୁଦାୟ ପରିସୀମାକୁ ୧,୦୪୩ ହେକ୍ଟର ପରିମିତ ଜାଗାକୁ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହେଲେ ଚୂଡ଼ଙ୍ଗ ଓ କୃଷ୍ଣନଗର ଗ୍ରାମବାସୀଙ୍କ ବିରୋଧ ଯୋଗୁ ଜାଗା ଅକ୍ତିଆର କରିବା ପ୍ରକ୍ରିୟା ସାମୟିକଭାବେ ବନ୍ଦ ରହିଛି। ଏହି ଜାଗା ନନ୍ଦନକାନନରେ ମିଶିଯିବା ପରେ ନାଇଟ୍‌ ସଫାରି କରିବା ପାଇଁ ନନ୍ଦନକାନନ ପକ୍ଷରୁ ଯୋଜନା କରାଯାଇଛି। ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରି ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି। ତେବେ ମନୋନୀତ ଲୋକ କେବଳ ରାତ୍ରିଚର ଜୀବଙ୍କୁ ଦେଖିବା ପାଇଁ ଯାଇପାରିବେ। ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ। ଏ ନେଇ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶୀଲ କୁମାର ପୋପଲି କହିଛନ୍ତି, ଶିକ୍ଷାଗତ ସଚେତନତା ପାଇଁ ରାତିରେ ନନ୍ଦନକାନନ ଖୋଲିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ସରକାର ଅନୁମୋଦନ ଦେଲେ ହୋଇପାରିବ। ଯଦି ପ୍ରସ୍ତାବ ଅନୁସାରେ ସବୁକିଛି ଠିକ୍‌ ହୋଇଯାଏ ତେବେ ପର୍ଯ୍ୟଟକମାନେ ଖୁବ୍‌ଶୀଘ୍ର ରାତିରେ ନନ୍ଦନକାନନ ବୁଲିପାରିବେ ବୋଲି ପିସିସିଏଫ୍‌ ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ସିଜେଡ୍‌ଏଙ୍କ ପକ୍ଷରୁ ଏହି ଅନୁମୋଦନ ପାଇଲେ ପର୍ଯ୍ୟଟକମାନେ ରାତିରେ ମଧ୍ୟ ନନ୍ଦନକାନନ ବୁଲିବାର ମଜା ଉଠାଇପାରିବେ ବୋଲି ଉପନିର୍ଦ୍ଦେଶକ ସନତ କୁମାର ଏନ୍‌ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ତ୍ତମାନ ୧୬୯ଟି ପ୍ରଜାତିର ୪ହଜାରରୁ ଊର୍ଦ୍ଧ୍ୱ ପ୍ରାଣୀ ଅଛନ୍ତି। ଏହା ୨୫୦ ପ୍ରଜାତିକୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ମଣ୍ଡିରୁ ଧାନ କିଣିପାରିବେନି…

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ...

ବୁଦ୍ଧାଦିତ୍ୟଙ୍କ ନାଁରେ ଏଫଆଇଆର, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଲେଖିଲେ…

ଭୁବନେଶ୍ୱର,୧୮।୧୦: ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ ଥାନାରେ ମାମଲା। କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଥାନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri