ଆଜିଠୁ ଖୋଲିଲା ନନ୍ଦନକାନନ, କରୋନା କଟକଣା ମାନିବାକୁ ପର୍ଯ୍ୟଟକ ବାଧ୍ୟ

ଭୁବନେଶ୍ୱର,୪ା୧୦(ବ୍ୟୁରୋ): ଦୀର୍ଘ ୬ରୁ ୭ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରବିବାର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ନନ୍ଦନକାନନ ପରିସରରେ କରୋନା କଟକଣା ପାଳନ କରାଯାଇଛି। ବିନା ମାସ୍କରେ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିଷେଧ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ସେହିଭଳି ପର୍ଯ୍ୟଟକମାନେ ଆଜି ଗେଟ୍‌ ସମ୍ମୁଖରେ ପହଞ୍ଚିବା ପରେ ସମସ୍ତଙ୍କର ଧର୍ମାଲ ସ୍କ୍ରିନିଂ କରାଯିବା ସହ ସାଇଟାଇଜ୍‌ କରାଯାଇ ଭିତରକୁ ଛଡ଼ା ଯାଇଥିଲା। ଆଜି ପ୍ରଥମ ଦିନରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକମାନେ ନନ୍ଦନକାନନ ପରିଭ୍ରମଣରେ ଆସିଛନ୍ତି।

Share