Posted inରାଜ୍ୟ

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର, ବାରଙ୍ଗ, ୨୮।୯(ବ୍ୟୁରୋ)- ପ୍ରାଣୀ ଉଦ୍ୟାନ ନନ୍ଦନାକନନ ଅକ୍ଟୋବର ୪ ତାରିଖରେ ଖୋଲିବା ନେଇ କର୍ତ୍ତୃପକ୍ଷ ସୋମବାର ଘୋଷଣା କରିଛନ୍ତି। ଏହାସହ ବଟାନିକାଲ ଗାର୍ଡେନ ମଧ୍ୟ ସେହିଦିନଠାରୁ ଖୋଲାଯିବ। ଦୀର୍ଘ ୭ମାସ ପରେ ନନ୍ଦନକାନନ ଖୋଲିବା ନିଷ୍ପତ୍ତି ଶୁଣି ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ କ୍ଷେତ୍ରରେ ଉତ୍ସାହ ଖେଳିଯାଇଛି। କିନ୍ତୁ କର୍ମଚାରୀ ଓ ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌କୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ କେତେକ ଗାଇଡ୍‌ଲାଇନ ଜାରି କରିଛନ୍ତି। ଥଣ୍ଡା, କାଶ, ଜ୍ୱର ଲକ୍ଷଣ ଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ କଟକଣା ରଖାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ମାସ୍କ ପନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ପ୍ରବେଶ ପଥ ପାଖରେ ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ଶରୀରକୁ ସାନିଟାଇଜ୍‌ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକମାନେ ସାଙ୍ଗରେ ଜରୁରୀ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ଭିତରକୁ ନେଇପାରିବେ ନାହିଁ। ପର୍ଯ୍ୟଟକମାନେ ଜନ୍ତୁ ଏନକ୍ଲୋଜେର ଆଗରେ ଥିବା ବ୍ୟାରିକେଡ୍‌କୁ ଛୁଇଁବେ ନାହିଁ ଏବଂ ସାମାଜିକ ଦୂରତ୍ୱକୁ ବଜାୟ ରଖି ପଶୁପକ୍ଷୀଙ୍କୁ ଦେଖିବେ। ନନ୍ଦନକାନନର ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ହାତସଫା ନିମନ୍ତେ ହ୍ୟାଣ୍ଡଓ୍ବାଶ ଓ ସାନିଟାଇଜର ରଖାଯିବ। ଅନ୍ୟପକ୍ଷେ କର୍ମଚାରୀମାନଙ୍କ ପାଇଁ ଗ୍ଲୋବ୍ସର ବ୍ୟବସ୍ଥା କରାଯିବାକୁ ନନ୍ଦନକାନନ ପକ୍ଷରୁ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହିଭଳି ନିୟମ ବଟାନିକାଲ ପାଇଁ ଲାଗୁ ହେବାକୁ ଥିବାବେଳେ ବଣଭୋଜିକୁ ଏବେ ବନ୍ଦ କରାଯାଇଥିବା ଜଣାପଡିଛି। ତେବେ ନନ୍ଦନକାନନ ଖୋଲିଲେ ଏକାସଙ୍ଗେ କେତେ ସଂଖ୍ୟକ ପର୍ଯ୍ୟଟକ ପ୍ରବେଶ ଅନୁମତି ମିଳିବ ତାହା ଏବେ ସୁଦ୍ଧା ଜଣାପଡି ନାହିଁ। ପ୍ରଥମଦିନର ପର୍ଯ୍ୟଟକ ସଂଖ୍ୟାକୁ ଆକଳନ କରି ପୁନର୍ବାର ନିଷ୍ପତ୍ତି ନିଆଯିବ ବୋଲି ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ, କାଢ଼ି ନିଆଗଲା ଚୌକି

ଭୁବନେଶ୍ୱର,୫ା୩: ମାର୍ଚ୍ଚ ୫ ଅର୍ଥାତ୍‌ ଆଜି(ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ...

ଗର୍ଭଧାରଣର ଚିକିତ୍ସା ସମାପ୍ତି ପାଇଁ SOP ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୫ା୩: ଛଅ ମାସ ମଧ୍ୟରେ ଗର୍ଭଧାରଣର ଚିକିତ୍ସା ସମାପ୍ତି ପାଇଁ ଏକ ଅନୁସୃତ ମାନକ ବ୍ୟବସ୍ଥା(ଏସଓପି) ସୃଷ୍ଟି କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ...

ତିନି ଦିନ ପରେ ଓଡ଼ିଶାରେ ୨-୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୫।୩: ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ପୂର୍ବାନୁମାନ କରିଛି ଯେ ଆଗାମୀ ତିନି ଦିନ ପରେ ଓଡ଼ିଶାର ଅନେକ ଜିଲାରେ ଦିନର ତାପମାତ୍ରାରେ ୨-୩ ଡିଗ୍ରୀ...

ମଧ୍ୟାହ୍ନଭୋଜନ ବନ୍ଦ: ପ୍ରତିବାଦ କରି ରାଜରାସ୍ତାରେ ବସିଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର,୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ...

‘ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଜେଡି...

ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରିଲେ ଭାଜପା ସରକାର: ସାର୍ବଜନୀନ ହେବନାହିଁ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ

କଟକ,୫।୩: ନିର୍ବାଚନ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇ, ବର୍ତ୍ତମାନ ଭାଜପା ନେତୃତ୍ୱାଧୀନ ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟକୁ ଜଣାଇଛି ଯେ ହଜିଯାଇଥିବା ରତ୍ନ ଭଣ୍ଡାର ଚାବି...

ଗେରୁଆ ରଙ୍ଗ ହେବ ସରକାରୀ ସ୍କୁଲ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୩: ବଦଳିବ ସରକାରୀ ସ୍କୁଲର ରଙ୍ଗ। ସରକାରୀ କୋଠାର ରଙ୍ଗ ନୀଳରୁ ଗେରୁଆ ହେବ। ଗେରୁଆ ରଙ୍ଗର ହେବ ସରକାରୀ ସ୍କୁଲ। ସରକାରୀ ଓ ପ୍ରିଏମଶ୍ରୀ...

ପୁଣି ବାରିମୂଳ ଆଶ୍ରମକୁ ଫେରିବେ Sarathi Baba! ହାଇକୋର୍ଟ କହିଲେ…

କଟକ,୫।୩: ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି Sarathi। କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image