ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଖୋଲିବ। ତେବେ ବାତ୍ୟା ସମୟରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଖାଦ୍ୟ ପୂର୍ବରୁ ଗଚ୍ଛିତ ରଖାଯାଇଥିଲା। ଏସିଏଫ୍‌ଙ୍କ ଦ୍ୱାରା ତଦାରଖ କରାଯାଉଥିବା ପ୍ରାଣୀ ଏବଂ ଏନ୍‌କ୍ଲୋଜରଗୁଡ଼ିକର ସୁରକ୍ଷା ପାଇଁ ସମୁଦାୟ ୨୫ଟି ଟିମ୍‌ ୧୦୦ କର୍ମଚାରୀଙ୍କ ସହାୟତାରେ ପାର୍କ ମଧ୍ୟରେ ୨୫ଟି ସ୍ଥାନରେ ନିୟୋଜିତ ଥିଲେ। ଏସିଏଫ୍‌ ଏବଂ ଆର୍‌ଓଙ୍କ ତତ୍ତ୍ୱାବଧାନରେ ୭ଟି ମୋବାଇଲ ଟିମ୍‌ରେ ଓଆଇଏସ୍‌ଏଫ୍‌ ଏବଂ ଆଉଟସୋର୍ସିଂ ପାରା ସାମରିକ କର୍ମଚାରୀଙ୍କ ସମେତ ୪୫ କର୍ମଚାରୀ ଜରୁରିକାଳୀନ କାର୍ଯ୍ୟ ସୁନିଶ୍ଚିତ କରିବା ଦାୟିତ୍ୱରେ ଥିଲେ। ସମସ୍ତ ଟିମ୍‌କୁ ଅତ୍ୟାବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ସମସ୍ତ କାର୍ଯ୍ୟକଳାପକୁ ତଦାରଖ ପାଇଁ ୪ଟି କଣ୍ଟ୍ରୋଲ ରୁମ୍‌ ୨ ଦିନ ଧରି କାର୍ଯ୍ୟକ୍ଷମ ଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସନତ କୁମାର ନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri