Categories: ରାଜ୍ୟ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଚିତାବାଘ, ଧଳା ସିଂହ

ଭୁବନେଶ୍ୱର,୨୭।୧୨ : ଓଡ଼ିଶା ପଶୁପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବାକୁ ଯାଉଛନ୍ତି ଚିତାବାଘ। ଆସନ୍ତା ମାସ ଜାନୁୟାରୀରେ ଦୁବାଇ ଚିଡ଼ିଆଖାନାରୁ ଦୁଇ ଦେଶ ମଧ୍ୟରେ ପ୍ରାଣୀ ବଦଳ ପ୍ରକ୍ରିୟାରେ ଏହି ଚିତା ନନ୍ଦନକାନନ ଆସିବେ।

ଏହି ଚିତା ସହିତ ଧଳା ସିଂହ ଶାବକ ମଧ୍ୟ ଆସିବେ ବୋଲି ସୂଚନା ମିଳିଛି। ସେହିପରି ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଆସିବ। ଚିତା ସିଂହ, ଜିରାଫ ଆସିବା ନେଇ ପିସିସିଏଫ ସୁଶାନ୍ତ ନନ୍ଦ ବୁଧବାର ସୂଚନା ଦେଇଛନ୍ତି।

 

Share