Posted inଆମ ଜିଲା ଖବର, କେନ୍ଦୁଝର
ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ଲାଗି ପହଞ୍ଚିଲା ନନ୍ଦନକାନନର ସତନ୍ତ୍ର ଟିମ୍
ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷିରେଇ ଟାଙ୍ଗିରି ସେକ୍ସନ ଡାବରଚୁଆ ଜଙ୍ଗଲରେ ହାତୀଛୁଆ ଅସୁସ୍ଥ ହୋଇଯାଇଛି।
ମଙ୍ଗଳବାର ଉକ୍ତ ହାତୀଛୁଆଟିକୁ ଚିକିତ୍ସା ପାଇଁ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ, ଏସିଏଫ୍ଓ ଜିତେନ୍ଦ୍ର ବେହେରାଙ୍କ ସହ ନନ୍ଦନ କାନନର ଟ୍ରାଙ୍କୁଲାଇଜ ଟିମ୍ ପହଞ୍ଚି ଅପରେଶନ ଜାରି ରଖିଛନ୍ତି । ଛୁଆ ହାତୀପଲ ପାଟଣା ରେଞ୍ଜ ଡାଚୁଆ ଓ ସଦର ରେଞ୍ଜ ନୂଆଗାଁ ହୁଡ଼ି ମଧ୍ୟରେ ରହିଛନ୍ତି ବୋଲି କ୍ଷିରେଇ ଟାଙ୍ଗିରି ବନପାଳ ଶିବନାରାୟଣ ଦେବ କହିଛନ୍ତି। ଏକ ସପ୍ତାହ ହେବ ଉକ୍ତ ୧୨ ଟିକିଆ ବଣୁଆ ହାତୀପଲଙ୍କ ଦଳରେ ଥିବା ଏକ ଛୁଆର ଡାହାଣ ପାର୍ଶ୍ୱ ଆଗ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଅସୁସ୍ଥ ହୋଇ ପଡିଥିବା ଥର୍ମାଲ ଡ୍ରୋନ କ୍ୟାମେରାରେ ବନ ବିଭାଗ ଜାଣିବାକୁ ପାଇଥିଲା। ପରେ ହାତୀଟିର ଚିକିତ୍ସା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଘଞ୍ଚ ଜଙ୍ଗଲ ସାଙ୍ଗକୁ ଛୁଆ ହାତୀଟିକୁ ଅନ୍ୟ ହାତୀପଲ ଘେରି ରହିଥିବାରୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗ ଏଯାବତ୍ ସଫଳ ହୋଇନାହିଁ। ଉଦ୍ୟମ ଜାରି ରହିଛି।