Advertisement

ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ: ଲାଞ୍ଚନେଇ ପଡ଼ିଲେ ଧରା

ଜୟପୁର,୨୭।୧୦(ନି. ପ୍ର.): କୋରାପୁଟ ଜିଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଅଙ୍ଗନଓ୍ବାଡି କେନ୍ଦ୍ରର କିଡ୍ସ ବଣ୍ଟନର ବିଲ୍‌ କରିବା ପାଇଁ ଜଣେ ଠିକାଦାରଙ୍କଠାରୁ ସେ ୧ ଲକ୍ଷ ୭୫ ହଜାର ଟଙ୍କା ଲଞ୍ଚ ନେବାବେଳେ ତାଙ୍କ କାରନାମା ସମ୍ନାକୁ ଆସିଛି। ପରେ ଭିଜିଲାନ୍ସ ଟିମ୍‌ ସିଡିପିଓଙ୍କ ଅଫିସ, ବାସଭବନରେ ଚଢ଼ାଉ ଜାରି ରଖିଛନ୍ତି। ତେବେ ତାଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତିଠୁଳ ମାମଲା ମଧ୍ୟ ପୂର୍ବରୁ ରହିଥିବା ଜୟପୁର ଏସ୍‌ପି ଶଶି ଶେଖର ମହାପାତ୍ର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share