ଅଦିନରେ ହ୍ୟୁଷ୍ଟନରେ ଗଡ଼ିଲା ନନ୍ଦିଘୋଷ ରଥ

ପୁରୀ/ଭୁବନେଶ୍ୱର, ୧୧ା୧୧ (ଅଜିତ୍‌ କୁମାର ମହାନ୍ତି/ ବନ୍ଦନା ସେଠୀ): ଆମେରିକାର ହ୍ୟୁଷ୍ଟନ ସହରରେ ନଭେମ୍ବର ୯ରେ ଅଦିନରେ ନନ୍ଦିଘୋଷ ରଥ ଗଡ଼ିଛି। ତେବେ ଉକ୍ତ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ନ ଥିବାବେଳେ ରାଧାକୃଷ୍ଣ ଏବଂ ନିତାଇଗୌରଙ୍କ ମୂର୍ତ୍ତି ବିରାଜମାନ କରିଥିବା ଦେଖିବାକୁ ମିଳିଛି। ତେବେ ନନ୍ଦିଘୋଷ ରଥ ପରି ଇସ୍କନର ଏହି ରଥ ପ୍ରତୀୟମାନ ହେଉଥିବାରୁ ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ ଥିଲା, ବରଂ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ଥିଲା ବୋଲି ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ଇସ୍କନ ପକ୍ଷରୁ ହ୍ୟୁଷ୍ଟନରେ ନଭେମ୍ବର ୩ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ କରାଯିବାକୁ ଯୋଜନା ହୋଇଥିଲା। ଏ ନେଇ ସୋସିଆଲ ମିଡିଆରେ ଇସ୍କନ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଥିଲା। ଏହାକୁ ଜଗନ୍ନାଥପ୍ରେମୀ, ସେବାୟତଙ୍କ ସମେତ ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ତୀବ୍ର ବିରୋଧ କରିଥିଲେ। ଗଜପତି ମହାରାଜା ଇସ୍କନକୁ ଚିଠି ଲେଖି ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବା ନିମନ୍ତେ ଅନୁରୋଧ କରିବା ସହ ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲେ। ଫଳରେ ଇସ୍କନ ବାଧ୍ୟହୋଇ ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ରଥଯାତ୍ରା ବଦଳରେ ଉକ୍ତ ଦିନ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯିବ ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ନନ୍ଦିଘୋଷ ରଙ୍ଗ ପରି ହଳଦିଆ ଓ ନାଲି ରଙ୍ଗରେ ସଜ୍ଜିତ ରଥରେ କୃଷ୍ଣ, ବଳରାମ ଓ ନିତାଇଗୌରଙ୍କୁ ବସାଇ ଯାତ୍ରା ଆୟୋଜନ କରିଛି। ଏନେଇ ଶ୍ରୀମନ୍ଦିରର ବରିଷ୍ଠ ସେବକ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ରଥ ପରି ରଥ କରି ଅଦିନିଆ ରଥଯାତ୍ରା କରିବା ଗ୍ରହଣଯୋଗ୍ୟ ନୁହେଁ। ମୂଳ ପୀଠର ପରମ୍ପରା ଓ ସଂସ୍କତିକୁ ଅବମାନନା କରି ଏକ ଚକ୍ରାନ୍ତ କରାଯାଉଛି। ଚକ୍ରାନ୍ତର ଶିକାର ହେବାକୁ ଦିଆଯିବ ନାହିଁ। ଅନ୍ୟପକ୍ଷରେ ଏ ସମସ୍ତ ଅଭିଯୋଗକୁ ଇସ୍କନ ପକ୍ଷରୁ ଖଣ୍ଡନ କରାଯାଇଛି। ଏନେଇ ଭୁବନେଶ୍ୱର ଇସ୍କନର ଭାଇସ୍‌ ପ୍ରେସିଡେଣ୍ଟ ତୁକାରାମ ଦାସ କହିଛନ୍ତି, ଆମେ ପୂର୍ବରୁ କହିଥିଲୁ ଯେ, ଜଗନ୍ନାଥ ରଥଯାତ୍ରା କରିବୁ ନାହିଁ। ରଥରେ ଶ୍ରୀଜଗନ୍ନାଥ ନ ଥିଲେ। ଯେ କୌଣସି ରଥକୁ ନନ୍ଦିଘୋଷ କୁହାଯାଏ ନାହିଁ, ଯେଉଁ ରଥ ଉପରେ ଜଗନ୍ନାଥ ସ୍ବୟଂ ବିରାଜନ୍ତି ତାହାକୁ ନନ୍ଦିଘୋଷ କୁହାଯାଏ। ସମୟ ଅଭାବରୁ ପୂର୍ବରୁ ପ୍ରସ୍ତୁତ ରଥରେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲା…

ଭୁବନେଶ୍ୱର, ୧୨/୧୧: ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ୬ହଜାର ଟଙ୍କା...

ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ

ମାଲକାନଗିରି,୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଓବାଦୀ ଭୟ ଯୋଗୁ ୨୦୦୩ରୁ ନିଜ ଗାଁ ଦେଖି ନ ଥିବା ଲୋକେ ମଙ୍ଗଳବାର ଗାଁକୁ ଫେରିଛନ୍ତି। ଏଭଳି ଦେଖିବାକୁ ମଳିଛି ଛତିଶଗଡ଼ ନାରାୟଣପୁର...

କମିଶନରେଟ ପୋଲିସରେ ପୁଣି ଅଦଳବଦଳ, ବଦଳିଲେ ଏହି ଅଫିସର

ଭୁବନେଶ୍ୱର,୧୨।୧୧: କମିଶନରେଟ ପୋଲିସରେ ଅଦଳବଦଳ ହୋଇଛି। ଏହି ବଦଳିରେ ୩ ଏସିପ ଓ ୬ ଇନ୍ସ୍ପେକ୍ଟରଙ୍କୁ ବଦଳି କରାଯାଇଛି।

ମତଦାନ ପୂର୍ବରୁ ବଡ଼ ଓଲଟପାଲଟ, ଝାଡଖଣ୍ଡ ନିର୍ବାଚନରେ ହେବ ଓଡ଼ିଶା ଭଳି ରେଜଲ୍ଟ!

ନୂଆଦିଲ୍ଲୀ,୧୨।୧୧: ବୁଧବାର ଝାଡ଼ଖଣ୍ଡରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ହେଉଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ । ୬୮୩...

ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ

ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା...

୧୦୦ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ ରିପୋର୍ଟ ତଲବ କଲା ଏନ୍‌ଜିଟି

ମାଲକାନଗିରି, ୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମୋଟୁ ତହସିଲ ଅଧୀନରେ ୧୦୦ ଏକର ଜଙ୍ଗଲ ଜମିକୁ ବେଆଇନ କବ୍‌ଜାକରି ଇସ୍‌ଲାମ୍‌ନଗର ନିର୍ମାଣ ଘଟଣାରେ ଏନ୍‌ଜିଟି ହସ୍ତକ୍ଷେପ...

କଣ୍ଟେନର ଚାପାରେ ଚାଲିଗଲା ମା-ପୁଅଙ୍କ ଜୀବନ

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କଣ୍ଟେନର ଚାପାରେ ଉଭୟ...

Featured Video Play Icon

ଥାନାରେ କେମିତି ବ୍ୟବହାର କରିବେ ପୋଲିସ ବାବୁ, ଏସଓପି ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୨।୧୧: ଭରତପୁର ଥାନା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହାପରେ ଥାନାରେ କିଭଳି ବ୍ୟବହାର କରିବେ ପୋଲିିସ ଅଫିସର ସେନେଇ ରାଜ୍ୟ ସରକାର ସୱତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri