ସାଲିସ ବିହୀନ ଓ ବିଚକ୍ଷଣା ଥିଲେ ନନ୍ଦିନୀ ଦେବୀ

ଭଦ୍ରକ,୯ା୬(ସନାତନ ରାଉତ): ସାଲିସ ବିହୀନ, ବିଚକ୍ଷଣ ରାଜନେତା ସହ ଜଣେ ସୁସାହିତି୍ୟକା, ଅନୁବାଦକ ଥିଲେ ଲୌହ ମାନବୀ ତଥା ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀ। ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିଭିନ୍ନ କଠୋର ପଦକ୍ଷେପ ନେଇ ଅଦମ୍ୟ ସାହସିକତାର ପରିଚୟ ଦେଇଥିଲେ ବୋଲି ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ l ରବିବାର ଭଦ୍ରକ ଧରିତ୍ରୀ କାର୍ଯ୍ୟାଳୟ ନିକଟସ୍ଥ ମହତାବ ନଗର ମଙ୍ଗଳା ମନ୍ଦିର ସଭା ଗୃହରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଶିକ୍ଷାବିତ କମଳାକାନ୍ତ ସ୍ବାଇଁ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଅରବିନ୍ଦ ବସନ୍ତ ରାୟ, ମୁଖ୍ୟ ବକ୍ତା ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ସାହୁ, ଅନ୍ୟତମ ବକ୍ତା ଆଇନଜୀବୀ ଗଦାଧର ବଳ ଯୋଗ ଦେଇ ସ୍ବର୍ଗତ ନନ୍ଦିନୀ ଦେବୀଙ୍କ ଭୂସଂସ୍କାର ଆଇନ ପ୍ରଣୟନ, ନକ୍ସଲ ଆନ୍ଦୋଳନରେ ଭୂମିକା ଓ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଭଦ୍ରକ ଜିଲା ପ୍ରତିନିଧି ସନାତନ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସର୍ବୋଦୟ ମଣ୍ଡଳ ସଭାପତି ଅମର ପାଣିଗ୍ରାହୀ ନନ୍ଦିନୀଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖବରଦାତା ରବିବାର ନାରାୟଣ ଖିଲାର, ଅମରେଶ ପଲାଇ ନିଜର ମତ ରଖିଥିବା ବେଳେ ସୁର ମାଧବ ପାଣି, ଦେବେନ୍ଦ୍ର ପଲାଇ, ଅମୀୟ ନାୟକ, ବାବୁଲି ସାହୁ, ଅଜୟ ଲେଙ୍କା, ଗଙ୍ଗାଧର ଦାସ, ଶୁଭଦୀପ ମଲ୍ଲିକ, ଶୁଭ୍ରକାନ୍ତ ରାଉତ, କମଳ ପଣ୍ଡା, ବିଜୟ କୁଅଁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Share