ଗର୍ଭବତୀ ନ ହୋଇ ୧୨ ବର୍ଷ ଧରି କ୍ଷୀର ଦେଉଛି ନନ୍ଦିନୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ପାଟନା,୧୧।୯ : ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ପ୍ରକୃତିର ଚମତ୍କାରଠାରୁ କମ ନୁହେଁ। ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ ଭାବରେ କ୍ଷୀର ଦେଉଛି। ପ୍ରାଣୀ ଚିକିତ୍ସା ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପାଇଁ ନନ୍ଦିନୀ ଏହିପରି କ୍ଷୀର ଦେବା ଏକ ଆହ୍ବାନ ପାଲଟିଛି। ଏହାକୁ ଲୋକେ ସ୍ନେହରେ କାମଧେନୁ ବୋଲି ଡାକୁଛନ୍ତି।

ଗାଁ ଲୋକେ ଏହାକୁ ଏକ ଚମତ୍କାର ବୋଲି ବିଚାର କରୁଛନ୍ତି। ଲୋକମାନେ ନନ୍ଦିନୀଙ୍କୁ ଦେଖା କରିବାକୁ ଯାଆନ୍ତି। ସେମାନେ କୌତୁହଳର ସହିତ ତା ଆଡକୁ ଚାହିଁ ରହିଥା’ନ୍ତି । ନନ୍ଦିନୀର ଶରୀର ଗଠନ ମଧ୍ୟ ଆଶ୍ଚର୍ଯ୍ୟଜନକ । ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share