Categories: ଜାତୀୟ

ପାହାଡ଼ ଉପରୁ ଖସିଲା ବିରାଟ ପଥରଖଣ୍ଡ, ତଳେ ଯାଉଥିଲା ପର୍ଯ୍ୟଟକଙ୍କ କାର୍‌; ଆଉ ତା’ ପରେ…

ଡେରାଡୁନ,୨୧ା୭: ଉତ୍ତରାଖଣ୍ଡର ନୈନିତାଲରେ ଏକ ବଡ଼ ଘଟଣା ଘଟିଛି। ନୈନିତାଲଠାରୁ ୧୨ କିଲୋମିଟର ଦୂର ବଜୁନ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ପ୍ରବଳ ବର୍ଷା ହେବାରୁ ଭୂସ୍ଖଳନ ଘଟିଛି। ଫଳରେ ପାହାଡ଼ ଉପରୁ ପଥର ଖସିପଡୁଛି। ଫଳରେ ଲୋକଙ୍କର ପ୍ରାଣହାନି ଘଟୁଛି। ଏକ ପଥର ଖଣ୍ଡ ଖସିପଡ଼ିବାରୁ ତଳେ କାର୍‌ରେ ଯାଉଥିବା ଦମ୍ପତି ଚାପି ହୋଇଯାଇଥିଲେ। ଫଳରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍‌ଟି ପୂରା ଚାପି ହୋଇଯାଇଛି। ଗାଡ଼ି ଭିତରେ ସ୍ବାମୀଙ୍କ ମୃତଦେହ ଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗାଡ଼ିରୁ କାଟି ବାହାର କରାଯାଇଥିଲା।

ସୂଚନାଯୋଗ୍ୟ, ଗୁରୁଗାଓଁରୁ କାର୍‌ ନଂ ଏଚ୍‌ ଆର୍‌ ୨୬ ସି ୦୭୮୯ରେ ଏକ ଦମ୍ପତି ନୈନିତାଲ ବୁଲିବାକୁ ଆସିଥିଲେ। ସ୍ବାମୀ ହନୁମନ୍ତ ତଲଓ୍ବାର ଏବଂ ସ୍ତ୍ରୀ ମୀନା ତଲଓ୍ବାର ଯାଉଥିବା ସମୟରେ ପାହାଡ଼ ଉପରୁ ଏକ ପଥର ଖଣ୍ଡ ଖସିଥିଲା। ଫଳରେ କାର୍‌ ମଧ୍ୟରେ ଦମ୍ପତି ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହନୁମନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ମୀନା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Share