Categories: ଜାତୀୟ

ପଶ୍ଚିମବଙ୍ଗର ୨ ନେତା, ୨ମନ୍ତ୍ରୀ ଗୃହବନ୍ଦୀ

କୋଲକାତା,୨୧।୫: ନାରଦା ଷ୍ଟ୍ରିଙ୍ଗ୍‌ ଅପରେଶନ୍‌ ମାମଲାରେ ଗିରଫ ହୋଇଥିବା ଟିଏମ୍‌ସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟର ଏବେ ଗୃହବନ୍ଦୀ। ଶୁକ୍ରବାର କୋଲକାତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗୃହବନ୍ଦୀ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନେତାଙ୍କ ଜାମିନ ଆବେଦନ ଉପରେ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଖଣ୍ଡପୀଠର ଜଣେ ସଦସ୍ୟ ସେମାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଅନ୍ୟ ସଦସ୍ୟ ଏହା ଉପରେ ସହମତି ପ୍ରକାଶ କରି ନ ଥିଲେ। ଏଭଳି ସ୍ଥିତିରେ ଅନ୍ତରୀଣ ଜାମିନ ଉପରେ ବଡ଼ ଖଣ୍ଡପୀଠ ବିଚାର କରିବେ ବୋଲି ଜଣାପଡ଼ିଛି। ତେବେ ଏହି ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗୃହବନ୍ଦୀ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସିବିଆଇ ଓ ତୃଣମୂଳ କଂଗ୍ରେସ ଦୁହେଁ ଏହି ଗୃହବନ୍ଦୀକୁ ବିରୋଧ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକୋ ଲଗାଇବା ପାଇଁ ସିଲିସିଟର ଜେନେରାଲ ତୁଷାର ମେହେତା ଦାବି କରିଥିବା ଜଣାପଡ଼ିଛି।

 

Share