ବଲାଙ୍ଗୀର,୧୦ା୩(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାର ପ୍ରତିବାଦ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲା କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲା କଂଗ୍ରେସ ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଏବଂ ପୂର୍ବତନ ବିଜେଡି ସରକାର ତଥା ଏବର ପ୍ରମୁଖ ବିରୋଧୀ ଦଳକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଭାଜପା-ବିଜେଡି ଭାଇ ଭାଇ। ମହିଳାଙ୍କୁ ନିର୍ଯାତନା ଦେବାରେ ଏହି ଦୁଇ ଦଳ ପ୍ରତିଯୋଗିତା କରୁଛନ୍ତି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନଗରପାଳ ବରିୟମ ସିଂ ସାଲୁଜା, ମନୋଜ ମିଶ୍ର, ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ କିଷାନ ସେଲର ସାନନ୍ଦ ମିଶ୍ର, କଂଗ୍ରେସ ନେତା ବୁଲୁ ଦାନୀ, ଅଜୟ ବାଲି, ଉମାକାନ୍ତ ସାହୁ, ଉମାଶଙ୍କର ପଣ୍ଡା, ଛାତ୍ର ନେତା ଅଙ୍କିତ ସାହୁ, ସନ୍ତକ ବହିଦାର, ଅସିତ୍ ମିଶ୍ର ଓ ଅନ୍ୟମାନେ ବକ୍ତବ୍ୟ ରଖିଥିଲେ। ସଭାକୁ ଉପସଭାପତି ମନୀଷ ମିଶ୍ର ପରିଚାଳନା କରିଥିଲେ। ସଭାରେ ବହୁ ମହିଳା ଓ ପୁରୁଷ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।