ଭୁବନେଶ୍ୱର,୨୮।୧୦:ବହୁ ଚର୍ଚ୍ଚିତ ମମିତା ମେହେର ମାମଲାରେ ଲଢ଼ିବାକୁ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଗୁରୁବାର ବଲାଙ୍ଗୀରଠାରେ ଗଣମାଧ୍ୟମ ଆଗରେ କହିଛନ୍ତି। ମମିତା ହତ୍ୟା ମାମଲା କେବଳ ଓଡ଼ିଶା ନୁହେଁ ଭାରତ ବର୍ଷରେ ବିରଳ। ଯେଉଁଭଳି ଭାବେ ମମିତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ନିଆଁ ଲଗାଇ ପୋତି ଦିଆଯାଇଛି ଏହା ଓଡ଼ିଶା ପାଇଁ ଏକ ଲଜ୍ୟା ଜନକ ଘଟଣା। ପୀଡ଼ିତାଙ୍କ ପରିବାର ତଥା ଓଡ଼ିଶା ବାସୀଙ୍କୁ ନ୍ୟାୟ ଦେବାପାଇଁ ପୁଣି ଥରେ କଳାକୋର୍ଟ ପିନ୍ଧିବି ବୋଲି ନରସିଂହ କହିଛନ୍ତି।