Categories: ଜାତୀୟ

ସିଡିଏସ୍‌ ଦୌଡ଼ରେ ନରାଓ୍ବଣେ, ମନୋଜ ନୂଆ ସେନାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୧୪।୪ : ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଆକସ୍ମିକ ମୃତ୍ୟୁପରେ ସିଡିଏସ୍‌ ପଦବୀ ଖାଲି ପଡିଛି। ଚଳିତ ମାସରେ ଅବସର ନେବାକୁ ଯାଉଥିବା ଏହି ପଦବୀ ପାଇଁ ଆର୍ମି ଚିଫ ଏମ୍‌.ଏମ୍‌ ନରାଓ୍ବଣେଙ୍କ ନାମକୁ ନେଇ ଆଲୋଚନା କରାଯାଛି।

ନରାଓ୍ବଣେ ଅବସର ନେବା ପୂର୍ବରୁ ସିଡିଏସ ଭାବେ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ଡେପୁଟି ଆର୍ମି ଚିଫ ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେଙ୍କୁ ନରାଓ୍ବଣେଙ୍କ ସ୍ଥାନରେ ନୂତନ ସେନା ପ୍ରମୁଖ କରାଯିବା ନେଇ ଚର୍ଚ୍ଚା ଜାରି ରହିଛି। ଯଦି ଯଦି ଚଳିତ ମାସରେ ସିଡିଏସ୍‌ ନିଯୁକ୍ତ ନ ହୁଅନ୍ତି , ତେବେ ଏହି ପଦଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ରହିବାର ସମ୍ଭାବନା ରହିଛି।

ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ନରାଓ୍ବଣେ ୩୦ ଏପ୍ରିଲରେ ଅବସର ନେଉଛନ୍ତି। ଅବସର ନେବା ପୂର୍ବରୁ ତାଙ୍କୁ ସିଡିଏସ ଭାବରେ ନିଯୁକ୍ତ କରାଯାଇପାରେ ବୋଲି ଏକ ସମ୍ଭାବନା ରହିଛି। ତେବେ ସେନା ଉପାଧ୍ୟକ୍ଷ ଲୂ୍ୟଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ନୂତନ ସେନା ମୁଖ୍ୟ ହେବା ନିଶ୍ଚିତ।

ଫେବୃଆରୀରେ ତାଙ୍କୁ ଡେପୁଟି ସେନା ମୁଖ୍ୟ କରାଯାଇଥିଲା। ଏହାପୂର୍ବରୁ ସେ ଇଷ୍ଟର୍ନ କମାଣ୍ଡର ନେତୃତ୍ୱ ନେଉଥିଲେ। ସେ ବରିଷ୍ଠତାର ଶୀର୍ଷରେ ଥିବାରୁ ତାଙ୍କୁ ସେନାବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ମିଳିବାର ସର୍ବାଧିକ ସମ୍ଭାବନା ରହିଛି।

ମନୋଜ ପାଣ୍ଡେ ସେନା ମୁଖ୍ୟ ହେବା ପରେ ଜେନେରାଲ ନରାଓ୍ବଣେଙ୍କୁ ନୂତନ ସିଡିଏସ୍‌ ଭାବରେ ନିଯୁକ୍ତ କରାଯାଇପାରେ। କାର୍ଯ୍ୟକାଳ ଶେଷ ହେବା ପରେ ସେନା ମୁଖ୍ୟଙ୍କୁ ଏହା ଉପରେ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା ହେଉଛି। ବିପିନ ରାଓ୍ବତଙ୍କ ମୃତ୍ୟୁ ପରେ ଡିସେମ୍ବରଠାରୁ ୪ ମାସ ଧରି ଏହି ପଦବୀ ଖାଲି ପଡ଼ିଛି।

Share