କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା

ପିଲାଟିଦିନରୁ ପାରମ୍ପରିକ ନୃତ୍ୟଗୀତରେ ଅଭିନୟ କରିବାର ରୁଚି ଥିଲା। ପରେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ସ୍କଲାରଶିପ୍‌ ପାଇ ପାଠ ପଢ଼ିଲେ। ‘ଅନ୍ବେଷଣ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ପ୍ରତିଷ୍ଠା କରି ବହୁ କଳାକାରଙ୍କୁ ନାଟ୍ୟଶିକ୍ଷାରେ ତାଲିମ ଦେଲେ। ଜଣେ ସଫଳ ନାଟ୍ୟକାର, ସଂଳାପକାର, ଅଭିନେତା, ନିର୍ଦ୍ଦେଶକ, ପ୍ରଶିକ୍ଷକ ଓ ସିନେମା ନିର୍ମାତା ଭାବେ ପରିଚୟ ସୃଷ୍ଟି କଲେ। ସେ ହେଲେ ନାରାୟଣ ପତି। ଦୂରଦର୍ଶନରେ ତାଙ୍କ ଦ୍ୱାରା ପ୍ରାୟୋଜିତ ପ୍ରଥମ ଓଡ଼ିଆ ଧାରାବାହିକ ‘ପଥର ପଡ଼ିଲେ ସହି’ ଏବଂ ‘ଟୋକେଇ’ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଓଡ଼ିଆ ସିନେମା ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’ରେ ତାଙ୍କର ଅଭିନୟ ବେଶ୍‌ ମନଛୁଆଁ ହୋଇଥିଲା।
ନାରାୟଣ ପତିଙ୍କ ଜନ୍ମ ୧୩ ଏପ୍ରିଲ, ୧୯୫୩ ମସିହାରେ। ମାତା ଚାରୁଲତା ପତି ଏବଂ ପିତା ବଳରାମ ପତି। ଘର ଯାଜପୁର ଟାଉନର ପ୍ରୀତିପୁର ଗାଁରେ। ସେ କୁହନ୍ତି, ‘ମୋ ବାପା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ସେ ସେତେବେଳେ ବ୍ରିଟିଶ ସରକାରଙ୍କଠାରୁ ସ୍କଲାରଶିପ ପାଇ ରେଭେନ୍ସ୍‌ା କଲେଜିଏଟ ସ୍କୁଲରେ ପଢୁଥିଲେ। ଶେଷବର୍ଷ ପଢ଼ା ଅଧାରୁ ଛାଡ଼ି ଗାନ୍ଧିଜୀଙ୍କ ସାଥିରେ ଯୋଗଦେଇଥିଲେ। ଘରେ ଆମେ ଦୁଇଭାଇ ଓ ୫ ଭଉଣୀ। ମୋର ପ୍ରୀତିପୁର ପ୍ରାଥମିକ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। ପିଲାଟିଦିନରୁ ପାଲାକୁ ଭାରି ଭଲ ପାଉଥିଲି। କଲେଜ ପଢା ସରିବା ପରେ ଅଭିନୟରେ ଅଧିକ ସୁଯୋଗ ଆଶାରେ ୧୯୭୫ରେ କଟକ ଆସିଲି। ଏଠାରେ ପ୍ରଫେସର କାର୍ତ୍ତିକ ରଥଙ୍କ ନାଟକ ଗ୍ରୁପ୍‌ ଏବଂ ଜନତା ରଙ୍ଗମଞ୍ଚରେ ଅଭିନୟ କଲି। ଏଇଠି ଆସି ଜାଣିଲି ଅଭିନୟ ପାଇଁ ପାଠ ପଢା ହୁଏ। ତେଣୁ ମୁଁ ବି ସଙ୍ଗୀତ ମହାବିଦ୍ୟାଳୟରେ ୨ ବର୍ଷୀୟା ଆକ୍ଟିଂ କୋର୍ସରେ ନାମ ଲେଖାଇଲି। ପ୍ରଥମ ବର୍ଷ ପରେ ଯେଉଁ ଦ୍ୱିତୀୟ ବର୍ଷକୁ ଯିବା କଥା ତାହା ମୋର ହେଲାନାହିଁ। କାରଣ ମୋତେ ଫେଲ୍‌ କରିଦେଲେ। ତା’ପରେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ଯାଇ ପଢ଼ିଲି। ସେଠାରେ ସର୍ବଭାରତୀୟ ସ୍ତରରେ ୬ଷ୍ଠ ସ୍ଥାନ ରଖି ସ୍କଲାରଶିପ୍‌ ପାଇଲି। ସେବେଠାରୁ ବିଧିବଦ୍ଧଭାବେ ନାଟକରେ ଅଭିନୟ କରିଚାଲିଲି। ୧୯୮୨ରେ ‘ଅନ୍ବେଷଣ’ ନାମକ ଏକ ନାଟ୍ୟାନୁଷ୍ଠାନ ଗଢ଼ିଥିଲି। ୧୯୮୫ମସିହାରେ କେନ୍ଦ୍ର ସଙ୍ଗୀତନାଟକ ଏକାଡେମୀ କୋଲ୍‌କାତାର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନାଟକ ମହୋତ୍ସବରେ ‘ଅନ୍ବେଷଣ’ କଳାକାରମାନଙ୍କ ଦ୍ୱାରା ‘ମୁକ୍ତିପଥ’ ନାଟକ ପରିବେଷଣ କରି ବହୁ ପ୍ରଶଂସିତ ହୋଇଥିଲୁ। ଇଷ୍ଟର୍ନ ଜୋନ୍‌ର ପ୍ରାୟ ୬ଟି ରାଜ୍ୟ ମଧ୍ୟରେ ଆମ ଅନ୍ବେଷଣର ନାଟକ ‘ମୁକ୍ତିପଥ’ ଦିଲ୍ଲୀ ଯିବାକୁ ମନୋନୀତ ହୋଇଥିଲା। ସମୟକ୍ରମେ ଏକାଧିକ ନାଟକ ମଞ୍ଚସ୍ଥ କଲୁ। ତେବେ କଳା ହେଉଛି ନିଃସ୍ବାର୍ଥପର ସେବା। ଯଦି ଜଣେ କଳାକାର ନିଜ ସ୍ବାର୍ଥ ପାଇଁ ପ୍ରଚାର କରେ, ତେବେ ଏଥିରେ କଳାର ପ୍ରକୃତ ରୂପ ସାଧିତ ହୁଏନାହିଁ ବରଂ ତାହା ବିକଳାଙ୍ଗ ହୁଏ। ଆଜିକାଲି ସମସ୍ତେ ଚାହାନ୍ତି କିପରି ସହଜରେ ସବୁକିଛି ମିଳିଯାଉ। କଳା ସାଧନା ଲାଗି ଅନେକେ କଷ୍ଟ କରିବାକୁ ପସନ୍ଦ କରୁନାହାନ୍ତି। ମୋର ମନେ ଅଛି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଡାକମୁନ୍‌ସୀ ଗଳ୍ପକୁ ନାଟକ ଭାବେ ଶିଖିବାକୁ ପ୍ରାୟ ୮ମାସ ସମୟ ଲାଗିଥିଲା। ତେବେ କଳାକାରଙ୍କ ଉନ୍ନତ ଚିନ୍ତାଧାରା ହିଁ କଳାକୁ ବିକଶିତ କରିଥାଏ। ସେହିପରି ମୋର ଆଉ ଏକ ଚଳଚ୍ଚିତ୍ର ‘ବୋଉର ହାତବାକ୍ସ’ରେ ଓଡ଼ିଆର ମୌଳିକତା ରହିଥିବାରୁ ତାହା ବେଶ୍‌ ହୃଦୟସ୍ପର୍ଶୀ ହୋଇପାରିଛି। ସୁଦୂର ଲଣ୍ଡନରେ ଏହା ଖୁବ୍‌ ଲୋକପ୍ରିୟତା ହାସଲ କରିଛି। ଆଉ ଗୋଟିଏ କଥା ମନେପଡ଼ୁଛି ୧୯୮୩ ମସିହାର ଘଟଣା। ସେତେବେଳେ ଓଡ଼ିଶାରେ ଟାଉନ୍‌ ବସ୍‌ର ଭଡ଼ା ବଢ଼ିଯିବାରୁ ଭୁବନେଶ୍ୱରର କେତେକ ଛକ ସ୍ଥାନରେ ‘ପ୍ରତିବାଦ’ ନାମକ ଏକ ନାଟକ ପରିବେଷଣ କରିଥିଲୁ। ପୁଣି ସେତେବେଳେ ପାରାଦୀପରେ ଶ୍ରମିକଙ୍କ ଗଣହତ୍ୟାକୁ ନେଇ ପଥପ୍ରାନ୍ତ ନାଟକ ‘ଗଣହତ୍ୟା’ ଚହଳ ସୃଷ୍ଟି କରିଥିଲା। ଏଥିରେ ଯେଉଁ କଳାକାର ପୋଲିସ ଅଭିନୟ କରୁଥିଲେ, ତାଙ୍କୁ ସତ ପୋଲିସ ଭାବି ଜଣେ ଦର୍ଶକ ତାଙ୍କ ଉପରକୁ ପଥର ଧରି ଫୋପାଡିବାକୁ ଉଦ୍ୟମ କରୁଥିବାର ଜାଣିପାରି ସେଠାରେ ତାଙ୍କୁ ବୁଝାଇଥିଲି ଯେ ଏଠି ନାଟକ ହେଉଛି। ସେମାନେ ସବୁ କଳାକାର, ସତ ପୋଲିସ ନୁହନ୍ତି।
ମୋ ମତରେ କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା! କଳା ମଣିଷକୁ ମଣିଷ କରିପାରେ ଏବଂ ଅମଣିଷ ବି କରିପାରେ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟ ଭାଇରାଲ ହେଉଛି ନିମ୍ରତ କୌରଙ୍କ କମେଣ୍ଟ: ଜାଣନ୍ତୁ କଲେ କହିଲେ…

ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ପାଇଁ ନିମ୍ରତ କୌର ଚର୍ଚ୍ଚାରେ ଅଛନ୍ତି। ନିମ୍ରତଙ୍କ କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ...

ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି...

ପୁଷ୍ପା-୨: ରିଲିଜ୍‌ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍‌...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri