Categories: ଜାତୀୟ

ରାଜନୀତି ଛାଡିବାକୁ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନୀଳେଶ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିଧାୟକ ନୀଳେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ନୀଳେଶ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଡ ପୁଅ ହେଉଛନ୍ତି ନୀଳେଶ।

ନୀଳେଶ ରାଣେ ଲେଖିଛନ୍ତି, ମୁଁ ସକ୍ରିୟ ରାଜନୀତିରୁ ଓହରୁଛି। ବର୍ତ୍ତମାନ ଅନ୍ୟ କୌଣସି କାରଣ ବିନା ରାଜନୀତିରେ ରୁଚି ନାହିଁ। ମୁଁ ସମସ୍ତଙ୍କୁ କୃତଜ୍ଞ ଜଣାଉଛି। ଯେଉଁମାନେ ଗତ ୧୯/୨୦ ବର୍ଷରେ ମୋତେ ଏତେ ଭଲ ପାଇବା ଦେଇଛନ୍ତି। ଯେତେବେଳେ କୌଣସିି କାରଣ ନଥିଲା ସେତେବେଳେ ମୋ ସହିତ ସବୁ ରହିଥିଲେ। ମୁଁ ବହୁତ ଭାଗ୍ୟବାନ ଯେ ମୁଁ ଭାଜପାରେ ଏତେ ଭଲ ପାଇବା ଏବଂ ଭାଜପା ଭଳି ଏକ ମହାନ ସଂଗଠନରେ କାମ କରିବାର ସୁଯୋଗ ପାଇଲି।

Share