ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯ ବର୍ଷର ପୁଅ ନାରାୟଣ। ନାରାୟଣ ଧାଡିଆମ୍ବ ସରାକରୀ ପ୍ରାଥମିକ ବିଦ୍ୟାଳର ଦ୍ୱିତୀୟ ଶ୍ରେଣୀର ଛାତ୍ର । ଗତ ୪ ମାସ ହେବ ସେ ଅଜଣା ରୋଗରେ ଆକ୍ରନ୍ତ ହୋଇ ଜୀବନ କାଟୁଛନ୍ତି । ନିରଞ୍ଜନ ଅନ୍ୟର ଜମିରେ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ କୈକେଇଙ୍କ ସହ ଦୁଇ ପୁଅ ଓ ଗୋଟିଏ ଝିଅ। ପଲ୍ଲାବନ୍ଧା ଗ୍ରାମର ଝାଟିମାଟିରେ ତିଆରି ଭଙ୍ଗାଘରେ ଜୀବନ କାଟନ୍ତି ୫ ପାଣୀ କୁଟୁମ୍ବ। ବଡପୁଅ ନାରାୟଣ ଗତ ୪ ମାସ ହେବ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇପଡିଲେ। ମା’ ବାପା ଅର୍ଜିଥିବା ଟଙ୍କାକୁ ପୁଅ ନାରାୟଣର ଚିକିତ୍ସାରେ ଖର୍ଚ୍ଚ କରିଦେଲେ । ଏବେ ମାତାପିତା କୁଲି ମଜୁରି କରି ସନ୍ତାନମାନଙ୍କ ତୁଣ୍ଡରେ ଆହାର ଦେଇ ପୁଅ ନାରାୟଣର ଚିକିତ୍ସାଭାର ବହନ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ। ଏଣେ ନାରାୟଣଙ୍କ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ନାରାୟଣଙ୍କ ପେଟ ଅସ୍ବାଭାବିକ ଭାବେ ବଢିବା ସହ ହାତ ଓ ଗୋଡ ଫୁଲିବାକୁ ଲାଗିଛି । ନାରାୟଣଙ୍କ ପେଟରେ ପାଣି ଜମିବା ସହ ପରିସ୍ରା ଠିକ୍‌ ଭାବେ ହେଉ ନ ଥିବା ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ଜଣାପଡିଥିବା କହିଛନ୍ତି ନାରାୟଣଙ୍କ ମା’ ବାପା। ଯେଉଁ ବୟସରରେ ସାଙ୍ଗସାଥୀଙ୍କ ଗହଣରେ ହସି ଖେଳି ବୁଲିବା କଥା ସେହି ସମୟ ଆଜି ନାରାୟଣଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି। ବିଦ୍ୟାଳୟ ବଦଳରେ ଘର ବିଛଣା ତାଙ୍କ ନିତିଦିନିଆ ଠିକଣା ହୋଇଛି। ପ୍ରତିଦିନ ସେ ଜୀବନ ସହ ସଂଘର୍ଷ କରୁଥିବା ବେଳେ କୋମଳମତି ପୁଅର ଏଭଲି ଶାରୀରିକ ଅବସ୍ଥା ଦେଖି ମା’ ବାପାଙ୍କ ଆଖିରୁ ମଧ୍ୟ ଲୁହ ଶୁଖୁନି। ପୁଅ ଆଉ ଚାଲିପାରୁନି କି ଆଖିକୁ ଭଲ ଭାବରେ ଦିଶୁନି । ପୁଅର ଏଭଳି କଷ୍ଟକୁ ଦେଖି ମା’ବାପା ଆଖିରୁ ଲୁହ ଗଡାଇବାଛଡା ଅନ୍ୟ ଉପାୟ ନାହିଁ । ସରକାରୀ ସ୍ତରରୁ ଆର୍ଥିକ ସହାୟତା କିମ୍ବା ଉନ୍ନତମାନର ଚିକିତ୍ସା ମିଳିଲେ ପୁଅ ନିଶ୍ଚିତ ଭାବେ ଭଲହୋଇଯିବ ଓ ପୁଣି ତାଙ୍କ ପରିବାରରେ ସୁଖର ଦିନ ଫେରିଆସିବ ବୋଲି ଆଶା ବାନ୍ଧିଛନ୍ତି ଆଦିବସୀ ଦମ୍ପତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଚନ୍ଦ୍ରଗିରିଠାରେ ଥିବା ସଉରା ଉନ୍ନୟନ ସଂସ୍ଥା ଆଦିବାସୀମାନଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ଉନ୍ନତି ଆଣିବା ପାଇଁ ୯ଗୋଟି ଗ୍ରାମପଞ୍ଚାୟତର ୩୨ଖଣ୍ଡ ଗ୍ରାମରେ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚକରି କାମ କରୁଛନ୍ତି । କିନ୍ତୁ ପଲ୍ଲାବନ୍ଧା ସେହି ୩୨ଖଣ୍ଡ ଗ୍ରାମ ମଧ୍ୟରେ ଆସୁଥିଲେ ମଧ୍ୟ ଜନଜାତିର ଜଣେ ଗରିବ ପିଲା ଦୀର୍ଘ ୪ମାସରୁ ଅଧିକ ସମୟ ହେଲାଣି ଅଜଣା ରୋଗରେ ପୀଡିତ ହେବା ଘଟଣାରେ ସଉରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ବନମାଳୀ ଭୂୟାଁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସେ ସୌରା ଜନଜାତିରେ ଆସୁନାହାନ୍ତି, ଖାଲି ଜନଜାତି ହୋଇଥିବା ଯୋଗୁ ଆମ ଦ୍ୱାରା କିଛି ସାହାଯ୍ୟ କରିହେବ ନାହିଁ। ଆଦିବାସୀ ଛାତ୍ରର ଚିକିତ୍ସା ପ୍ରଦାନ ଦିଗରେ ପ୍ରଶାସନ ଓ ସରକାର ପଦକ୍ଷେପ ନେବାକୁ ଲୋକପ୍ରତିନିଧି ନିବେଦନ କରଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri