ଅର୍ଜୁନ ରାମପାଲଙ୍କ ଘରେ ଏନ୍‌ସିବି ଟିମ୍‌

ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ ଆସି ସାରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଏହି ମାମଲାରେ କେତେଜଣ ପେଡଲର୍ସଙ୍କୁ ଗିରଫ ମଧ୍ୟ କରି ସାରିଛି । ଯାଞ୍ଚ ଆଗକୁ ବଢିବା ସହ ଆଉ କେତେଜଣ ବଲିଉଡ ସେଲିବ୍ରିଟିଙ୍କ ନାମ ମଧ୍ୟ ଏଥିରେ ଯୋଡି ହୋଇଯାଉଛି । ରବିବାର ବଲିଉଡ୍ ପ୍ରଯୋଜକ ଫିରୋଜ ନାଡିୟାଡୱାଲାଙ୍କ ଘରେ ଯାଞ୍ଚ କରାଯିବା ସହ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି । ଏହାପରେ ସୋମବାର ଏନ୍‌ସିବି ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡିମୋଟ୍ରେୟଡେସଙ୍କ ଭାଇ ଏଗିସିଲାଓସ ପୂର୍ବରୁ ଡ୍ରଗ୍ସ ମାମଲାରେ ଫସି ରହିଛନ୍ତି । ସେ ଦକ୍ଷିଣ ଭାରତୀୟ ନାଗରିକ ହୋଇଥିବା ବେଳେ କିଛିଦିନ ତଳେ ଏନ୍‌ସିବି ତାଙ୍କୁ ଗିରଫ କରିଥିଲା । ପ୍ରଥମେ ତାଙ୍କୁ ଜାମିନ ମିଳିଯାଇଥିବା ବେଳେ ଆଉ ଏକ ଡ୍ରଗ୍ସ ମାଲାରେ ଦ୍ୱିତୀୟଥର ଲାଗି ଏନ୍‌ସିବି ତାଙ୍କୁ ଗିରଫ କରିଥିବା ଜଣାପଡିଛି ।

Share