ନୂଆଦିଲ୍ଲୀ,୨୯ ।୭: ନ୍ୟାଶନାଲ ଏଜୁକେଶନ ପଲିସି ବା ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନ୍ଇପି) କୁ ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଗତ ଏକ ବର୍ଷ ମଧ୍ୟରେ ଏନ୍ଇପି ପାଇଁ ଶିକ୍ଷକମାନେ ଖୁବ୍ ପରିଶ୍ରମ କରିଛନ୍ତି ଏହାକୁ ଠିଆ କରାଇବାକୁ । କରୋନା ସମୟରେ ବି ଖୁବ୍ କାମ ହୋଇଛି । ଗୁରୁବାର ଆୟୋଜିତ ଏକ କାର୍ଯ୍ୟକମରେ ଯୋଗ ଦେଇ ମୋଦି କହିଛନ୍ତି କରୋନା ସମୟରେ ବି ନୂଆ ଶିକ୍ଷା ନୀତି ଉପରେ ବହୁତ କାମ ହୋଇଛି । ଯାହା ଦ୍ୱାରା ନୂଆ ଭବିଷ୍ୟତର ନିର୍ମାଣ ହୋଇ ପାରିବ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀ ଓ ସମସ୍ତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭବିଷ୍ୟତରେ ଆମେ କେତେ ଉପରକୁ ଯାଇ ପାରିବା ତାହା ବର୍ତ୍ତମାନର ଯୁବବର୍ଗକୁ ମିଳୁଥିବା ଶିକ୍ଷାରୁ ଜଣାପଡିବ । ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ନୂଆ ଶିକ୍ଷା ନୀତି ଗୋଟିଏ ବଡ ଫ୍ୟାକ୍ଟର ବୋଲି ମୋଦି କହିଛନ୍ତି । ବର୍ତ୍ତମାନର ଯୁବପିଢି ନିଜ ହିସାବରେ ନିଜ ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି । ରାଷ୍ଟ୍ରୀୟ ଶିକ୍ଷା ନୀତି ସେମାନଙ୍କୁ ବିଶ୍ୱାସ ଦେଉଛି କି ଏହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ସହ ରହିଛି । ଯେଉଁ ଆର୍ଟିଫିସିଆଲ ପ୍ରୋଗ୍ରାମକୁ ଲଞ୍ଚ କରାଯାଇଛି ତାହାବି ଆମ ଯୁବବର୍ଗଙ୍କୁ ଫ୍ୟୁଚର ସରିଏଣ୍ଟେଡ କରିବ । ସେମାନଙ୍କ ପାଇଁ ଅନେକ ରାସ୍ତା ଖୋଲିବ ।