ଆମେରିକାରେ ରିନ୍ୟୁ ହୋଇଯିବ ଏଚଓ୍ବାନବି ଭିଜା: ମୋଦି

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନର ରେଗାନ ସେଣ୍ଟରରେ ପ୍ରବାସି ଭାରତୀୟଙ୍କୁ ସମ୍ବୋଧିତ କରିବାବେଳେ ଭାରତର ସଫଳତାକୁ ଗଣନା କରିଥିଲେ। ସେ କହିଛନ୍ତି ଯେ ନିଷ୍ପତ୍ତି ନିଆଯାଇଛି ଯେ ଆପଣଙ୍କୁ H-1B ଭିଜା ରିନ୍ୟୁ କରିବାକୁ ଆମେରିକା ବାହାରକୁ ଯିବାକୁ ପଡିବ ନାହିଁ। ଆମେରିକାରେ ରହୁଥିବାବେଳେ H-1B ଭିଜା ବର୍ତ୍ତମାନ ରିନ୍ୟୁ ହେବ। ଭାରତ ଚଳିତ ବର୍ଷ ସିଆଟେଲରେ ଏକ ନୂତନ କନସୁଲେଟ ଖୋଲିବାକୁ ଯାଉଛି। ଏହା ବ୍ୟତୀତ ଆମେରିକାର ଆଉ ଦୁଇଟି ସହରରେ ଭାରତୀୟ କନସୁଲେଟ ଖୋଲାଯିବ ବୋଲି ମୋଦି ସୂଚନା ଦେଇଛନ୍ତି।

Share