Categories: ଜାତୀୟ

ଯୋଗ ଦିବସରେ ନେହେରୁଙ୍କ ଯୋଗାସନ ଫଟୋ ଟ୍ବିଟ୍‌ କଲା କଂଗ୍ରେସ, କହିଲା ଯୋଗକୁ ଲୋକପ୍ରିୟ କରିଥିବାରୁ…

ନୂଆଦିଲ୍ଲୀ,୨୧।୬:ବୁଧବାର ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ତେବେ ଯୋଗ ଦିବସକୁ ନେଇ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ଟ୍ବିଟରରେ ଶେୟାର୍‌ କରିଛି। ଯେଉଁଥିରେ ନେହେରୁ ଶୀର୍ଷାସନ କରୁଥିବାର ଦେଖିବାକୁ ମିଳିଛି। ଏହି ଫଟୋ ଟ୍ବିଟ୍‌ କରି କଂଗ୍ରେସ କହିଛି, ‘ଯୋଗକୁ ଲୋକପ୍ରିୟ କରି ଏହାକୁ ଜାତୀୟ ନୀତିର ଏକ ଅଂଶ କରିଥିବା ପଣ୍ଡିତ ନେହେରୁଙ୍କୁ ଧନ୍ୟବାଦ’।

ସେହିପରି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହି ପୋଷ୍ଟକୁ ରିଟୁଇଟ୍‌ କରିଛନ୍ତି। ସେ କହିଛନ୍ତି,‘ଆମ ସରକାରଙ୍କ ପରି ଯୋଗକୁ ପୁନଃଜୀବିତ ତଥା ଲୋକପ୍ରିୟ କରିଥିବା ଲୋକଙ୍କୁ ଧନ୍ୟବାଦ ଦେବା ଉଚିତ୍‌। ସେ ପିଏମ୍‌ଓ ଏବଂ ମିଇଣ୍ଡିଆକୁ ମଧ୍ୟ ଟ୍ୟାଗ୍‌ କରିଛନ୍ତ। ସରକାର ମିଳିତ ଜାତିସଂଘ ମାଧ୍ୟମରେ ଯୋଗ ଦିବସକୁ ଅନ୍ତର୍ଜାତୀୟ ସ୍ତରକୁ ନେଇଛନ୍ତି। ମୁଁ ଦଶନ୍ଧି ଧରି କହି ଆସୁଛି ଯେ, ଯୋଗ ଆମ ଦୈନନ୍ଦିନ ଜୀବନଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇବା ଜାଣି ଖୁସି ଲାଗୁଛି’।

 

Share