ଗ୍ରୀସ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି, କହିଲେ ଗ୍ରୀସ-ଭାରତର ସମ୍ପର୍କ ପ୍ରାଚୀନ, ଶକ୍ତିଶାଳୀ

ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଗ୍ରୀସ ପ୍ରଧାନମନ୍ତ୍ରୀ ମିତସୋତାକିସଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହା ପରେ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗ୍ରୀସ-ଭାରତର ସମ୍ପର୍କ ପ୍ରାଚୀନ ଏବଂ ଶକ୍ତିଶାଳୀ।

୪୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ। ଏହାପୂର୍ବରୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେପ୍ଟେମ୍ବର ୧୯୮୩ରେ ଗ୍ରୀସ ଗସ୍ତ କରିଥିଲେ।

Share