ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି

ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ ଭବ୍ୟ ସ୍ବାଗତ କରିଥିଲେ। ଏହି ଶିଖର ସମ୍ମିଳନୀରେ ମୋଦି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋଚନା କରିବେ। ଏଥିସହ ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ଭଳି ଚ୍ୟାଲେଞ୍ଜ ଏବଂ ସ୍ବାସ୍ଥ୍ୟ ତଥା ଡିଜିଟାଲ ପରିବର୍ତ୍ତନ ସହିତ ଜଡ଼ିତ ସମସ୍ୟାର ସମାଧାନ ଉପରେ ମୋଦି ଜି-୨୦ ଗୋଷ୍ଠୀର ନେତାଙ୍କ ସହିତ ବିସ୍ତୃତ ଆଲୋଚନା କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜି-୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଧ୍ୟ ଯୋଗଦେବେ।

Share