Categories: ଜାତୀୟ

ରବିଦାସ ମନ୍ଦିରରେ ପହଞ୍ଚି ଝାଞ୍ଜ ବଜାଇଲେ ମୋଦି

ନୂଆଦିଲ୍ଲୀ,୧୬।୨: ରବିଦାସଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀ କରୋଲ ବାଗ ସ୍ଥିତ ରବିଦାସ ମନ୍ଦିରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିରରେ ପହଞ୍ଚି ମୋଦି ଦର୍ଶନ କରି ଜନକଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି କିଛି ସମୟ ପାଇଁ ମହିଳାଙ୍କ ସହ କିର୍ତ୍ତନରେ ସାମିଲ ହୋଇ ଝାଞ୍ଜ ବଜାଇଥିବା ଦେଖିବାକୁ ମିଳିଛି। ମୋଦି ନିଜ ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓକୁ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମୋଦି ସଂକୀର୍ତ୍ତନରେ ପୁରା ମଜିଯାଇଥିବା ନଜର ଆସିଛନ୍ତି। ଭିଡିଓକୁ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଏହା ଏକ ବିଶେଷ ମୁହୂର୍ତ୍ତ। ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳିତ ଭୋଟ ବ୍ୟାଙ୍କ ପାଇଁ ନେତାଙ୍କ ଲାଗି ଆଜି ଏକ ବିଶେଷ ଦିନ। ନିର୍ବାଚନ ପରିବେଶ ଭିତରେ ରବିଦାସଙ୍କ ଜୟନ୍ତୀରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦଳିତ ଭୋଟରଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି।

Share