Categories: ଜାତୀୟ

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନୂତନ ବର୍ଷ ଦେଶବାସୀଙ୍କ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମୋଦି ଟୁଇଟ କରି କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ୨୦୨୧ ନୂତନ ବର୍ଷର ଶୁଭେଚ୍ଛା ଜଣାଉନ୍ତି। ଆଶା ଏହି ବର୍ଷ ଆପଣଙ୍କ ଜୀବନରେ ଭଲ ସ୍ବାସ୍ଥ୍ୟ, ସୁଖ ଏବଂ ସମୃଦ୍ଧତା ଆଣିଦେଉ। ଏହି ବର୍ଷ ସାରା ବିଶ୍ୱରେ ଆଶା ଏବଂ କଲ୍ୟାଣ ଭାବନା ଜାଗ୍ରତ ହେଉ ବୋଲି ସେ କହିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି ଯେ, କୋଭିଡ -୧୯ରୁ ସୃଷ୍ଟି ହୋଇଥିବା ଏହି ଚ୍ୟାଲେଞ୍ଜର ସମୟ, ଆମ ସମସ୍ତେ ମିଳିତ ଭାବରେ ଆଗକୁ ବଢିବାର ସମୟ ଆସିଛି। ମୁଁ ଚାହେଁ ଆପଣ ସମସ୍ତେ ସୁସ୍ଥ ଏବଂ ନିରାପଦରେ ରୁହନ୍ତୁ ଏବଂ ନୂତନ ଶକ୍ତି ସହିତ ଆମ ଦେଶର ପ୍ରଗତିର ସାଧାରଣ ଲକ୍ଷ୍ୟ ହାସଲ କରିବାକୁ ଆଗକୁ ବଢନ୍ତୁ ବୋଲି ରାଷ୍ଟ୍ରପତି କହିଛନ୍ତି।

Share