Categories: ଜାତୀୟ

ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବେ ମୋଦି

ନୂଆଦିଲ୍ଲୀ,୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେବେ । ସୋମବାର ସନ୍ଧ୍ୟାରେ ସେ ବିରୋଧିଙ୍କ ପ୍ରଶ୍ନର ସାମ୍‌ନା କରିବେ । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଲୋକ ସଭା ଓ ରାଜ୍ୟ ସଭାର ସମୟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭା ସକାଳ ୧୦ଟାରୁ ଆରମ୍ଭ ହେଉଥିବା ବେଳେ ଲୋକ ସଭା ସନ୍ଧ୍ୟାରେ ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ୪ ଦିନ ସମୟ ସ୍ଥିର କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତର ଦେଇପାରନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀକୁ ନଜରେ ରଖି ସଂସଦୀୟ ମାମଲାର କେନ୍ଦ୍ରୀୟ ସମିତି ସଂସଦର ବଜେଟ ଅଧିବେଶନକୁ ଦୁଇ ପର୍ଯ୍ୟାୟରେ ଚଲାଇବାକୁ ଦାବି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ୩୧ ଜାନୁୟାରୀରୁ ୧୧ ଫେବୃୟାରୀ ଓ ଦ୍ୱିତୀୟଟି ୧୪ ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଦୁଇଟି ଅଧିବେଶନ ମଧ୍ୟରେ ୧୨ ଫେବୃୟାରୀରୁ ୧ ମାସର ଅବକାଶ ରହିବ ।

Share