Categories: ଜାତୀୟ

୭୫ ଟଙ୍କା ମୂଲ୍ୟର କଏନ ଜାରି କଲେ ମୋଦି

ନୂଆଦିଲ୍ଲୀ,୧୬ ।୧୦: ଖାଦ୍ୟ ଓ କୃଷି ସଂଗଠନ(ଏଫ୍‌ଏକ୍ୟୁ)ର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କା ମୂଲ୍ୟର ଏକ ସ୍ମୃତି କଏନ ଜାରି କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଛି । ଯାହା ଏକ ବଡ ଉପଲବ୍ଧି । ଏହାକୁ ନେଇ ଭାରତ ଖୁସି ପ୍ରକାଶ କରିଛି କାରଣ ଏହାସହ ଭାରତର ଐତିହାସିକ ସମ୍ବନ୍ଧ ରହିଛି । ଏହି ସ୍ମୃତି କଏନ ସାଧାରଣ କଏନ ଭଳି । ହେଲେ ଏହାର ମୂଲ୍ୟ ସାଧାରଣ କଏନଠାରୁ ଅଧିକ । ଏହାକୁ ସାଧାରଣ ଜନତା ରିଜର୍ଭ ବ୍ୟାଙ୍କରୁ ନିର୍ଦ୍ଧାରିତ ମୂଲ୍ୟ ଦେଇ କ୍ରୟ କରିପାରିବେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମୋଦି ସ୍ୱଚ୍ଛ ଭାରତ ଦିବସ ୨୦୧୯ରେ ୧୫୦ ଟଙ୍କିଆ ଚାନ୍ଦିର କଏନ ଜାରି କରିଥିଲେ ।

Share