Categories: ଜାତୀୟ

ମୋଦିଙ୍କ ସୁରକ୍ଷାରେ ତ୍ରୁଟି, ଅହମଦାବାଦ ରାଲିରେ ନୋ ଫ୍ଲାଇଙ୍ଗ ଜୋନରେ ଉଡିଲା ଡ୍ରୋନ୍‌, ୩ ଗିରଫ

ଅହମଦାବାଦ,୨୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦରେ ଏକ ଜନସଭା କରୁଥିଲେ । ଏହି ସମୟରେ ମୋଦିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖାଦେଇଛି । ବାୱଲା ଜିଲାରେ ହେଉଥିବା ରାଲି ଭିତରେ ଡ୍ରୋନ କ୍ୟାମେରା ଜରିଆରେ ଭିଡିଓ ରେକର୍ଡି ଚାଲୁଥିଲା । ଏପଟେ ଜିଲା ପ୍ରଶାସନ ସଭାସ୍ଥଳରୁ ୨ କିଲୋମିଟର ଅଞ୍ଚଳରେ (ବୁଧବାର) ୨୩ ନଭେମ୍ବରରେ ନୋ ଡ୍ରୋନ ଫ୍ଲାଇଂ ଜୋନ ଘୋଷଣା କରିଥିଲା ।
ପୋଲିସ କନଷ୍ଟେବଳ ଅନୁପ ସିଂହ ଭରତସଂଗ କହିଛନ୍ତି ପ୍ରାୟ ୪ଟା ୩୦ରେ ୩ ଜଣ ବ୍ୟକ୍ତି ମାଇକ୍ରୋ ଡ୍ରୋନ୍ ଚଳାଉଥିଲେ । ଏହାପରେ ଡ୍ରୋନ ଗୁଡିକୁ ତଳକୁ ଖସାଯାଇଥିଲା ଓ ଜଣାପଡିଥିଲା କି ଫିଲ୍ମ ଶୁଟିଂ ପାଇଁ ଏମାନେ ଡ୍ରୋନ ବ୍ୟବହାର କରୁଥିଲେ । ଏଥିରେ ଲାଗିଥିବା ଅପରେଟିଂ କ୍ୟାମେରାରେ କୌଣସି ବିସ୍ଫୋରକ ନ ଥିଲା ।
ଏହି ମାମଲାରେ ନିକୁଲ ରମେଶଭାଇ, ରାକେଶ କାଲୁଭାଇ ଓ ରାଜେଶ କୁମାର ମାଂଗିଲାଲ ପ୍ରଜାପତିଙ୍କୁ ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଧାରା ୧୮୮ରେ ଗିରଫ କରି ଏଫଆଇଆର ଦିଆଯାଇଛି । ଏମାନଙ୍କ ନାଁରେ ପୂର୍ବରୁ କୌଣସି ଆପରାଧିକ ରେକର୍ଡ ନାହିଁ । ଏମାନେ କୌଣସି ରାଜନୈତିକ ପାର୍ଟି ଅବା ସଙ୍ଗଠନ ସହ ଜଡିତ ବି ନୁହେଁ । ପୋଲିସ କହିଛି ଏମାନଙ୍କର କୌଣସି କ୍ଷତି କରିବାର ମନୋବୃତ୍ତି ନ ଥିଲା ।

Share