Categories: ଜାତୀୟ

ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ହେଲା ମୋଟେରା

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ମୋଟେରାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ନାମକରଣ କରାଯାଇଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଶାହା ଷ୍ଟାଡିୟମ୍‌ର ନୂଆ ନାମ ଘୋଷଣା କରିଛନ୍ତି। ଏଠାରେ ଅଲମ୍ପିକ୍‌, ଏସିଆଡ୍‌ ତଥା କମନଓ୍ବେଲଥ୍‌ ଆଦି ଖେଳ ଅନୁଷ୍ଠିତ ହୋଇପାରିବ ବୋଲି ଶାହା କହିଛନ୍ତି। ଏହି ଷ୍ଟାଡିୟମ୍‌ରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ଏବେ ଅହମଦାବାଦ୍‌ ସ୍ପୋର୍ଟସ୍‌ ସିଟି ଭାବେ ପରିଗଣିତ ହେବ। ଏହାକୁ ପୃଥିବୀର ହାଇଟେକ୍‌ ଷ୍ଟାଡିୟମରେ ପରିଣତ କରାଯାଇଥିବା ସେ କହିଛନ୍ତି।

 

Share