Posted inଜାତୀୟ

ନଭେମ୍ବର ୧୯ରେ ଅରୁଣାଚଳ ପ୍ରଦେଶ-ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୧୯ରେ ଅରୁଣାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ନିର୍ମାଣ ହୋଇଥିବା ବିମାନବନ୍ଦର ଡୋନି ପୋଲୋର ଉଦ୍‌ଘାଟନ କରିବେ। ଅରୁଣାଚଳ ପ୍ରଦେଶରେ ବିମାନବନ୍ଦରର ନାମ ସୁର୍ଯ୍ୟ(ଡୋନି) ଓ ଚନ୍ଦ୍ରମା (ପୋଲୋ) ଆଦିବାସୀଙ୍କ ପୁରୁଣା ଶ୍ରଦ୍ଧାକୁ ପ୍ରତିଫଳିତ କରିଥାଏ। ଅନ୍ୟପଟେ ଉତ୍ତରପ୍ରଦେଶର ବାରାଣସୀରେ ’କାଶୀ ତାମିଲ ସଙ୍ଗମମ’ କାର୍ଯ୍ୟକ୍ରମରେ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି। ଡୋନି ପୋଲୋ ବିମାନ ବନ୍ଦରରେ ଆଇଏଲ୍‌ଏସ୍‌ ସ୍ଥାପନ କରାଯାଇଛି। ଯେଉଁଥିରେ ଏକ ଲୋକାଲାଇଜର୍‌, ଏକ ଗାଇଡ୍‌ପଥ ଓ ଦୂରତା ମାପ ଉପକରଣ ସାମିଲ ରହିବ। ଏହା ପ୍ରତ୍ୟେକ ଋତୁରେ ବିମାନବନ୍ଦରରେ କାର୍ଯ୍ୟରେ ସାହାଯ୍ୟ କରିବ। ରାଜ୍ୟରେ ଅପ୍ରତ୍ୟାଶିତ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ବେଶ୍‌ ଆବଶ୍ୟକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm Race, LIVE ଟେଲିକାଷ୍ଟବେଳେ ଟଙ୍କା ଲଗାଇବେ ବଡ଼ ବଡ଼ ସେଲିବ୍ରେଟି

ନୂଆଦିଲ୍ଲୀ,୧୭।୪: ଲସ ଆଞ୍ଜେଲସରେ ଏମିତି ଏକ ବିରଳ ଘଟଣା ଘଟିବାକୁ ଯାଉଛି, ଯାହାକୁ ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। କିନ୍ତୁ ଏହା ପଛରେ...

DC vs RR: ସୁପର ଓଭରର ରୋମାଞ୍ଚରେ ଜିତିଲା ଦିଲ୍ଲୀ, ଟ୍ରିଷ୍ଟାନ ଷ୍ଟବସ୍ ଛକା ମାରି ଜିତାଇଲେ…

ନୂଆଦିଲ୍ଲୀ,୧୭ା୪: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା...

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image