ମସ୍କୋ,୫।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ମୋଦି ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ଏହାର ବିକାଶ ଦିଗରେ ଅନେକ ଅଗ୍ରଗତି କରୁଛି ବୋଲି ପୁଟିନ କହିଛନ୍ତି। ଏଥିସହ ସେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରଶଂସା କରିଛନ୍ତି।
ଆର୍ଥିକ ସୁରକ୍ଷା ଉପରେ ଅନ୍ତର୍ଜାତୀୟ ଅଲିମ୍ପିଆଡରେ ପୁଟିନ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମର ଭଲ ରାଜନୈତିକ ସମ୍ପର୍କ ରହିଛି, ସେ ଜଣେ ବୁଦ୍ଧିମାନ ବ୍ୟକ୍ତି। ତାଙ୍କ ନେତୃତ୍ୱରେ ଭାରତ ବିକାଶରେ ବହୁତ ଅଗ୍ରଗତି କରୁଛି। ବିଶେଷକରି ମେକ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଦିଗରେ ମୋଦି ସଠିକ୍ ପଦକ୍ଷେପ ଗ୍ରହଣ କରୁଛନ୍ତି। ରୁଷିଆ ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବାରେ ଭାରତର ସଫଳତାଠାରୁ ଶିକ୍ଷା କରିପାରିବ ବୋଲି ପୁଟିନ ପରାମର୍ଶ ଦେଇଛନ୍ତି।