ମୋଦି କ୍ୟାବିନେଟରେ ଓଡ଼ିଶାର ଏହି ନେତାଙ୍କୁ ମିଳିବ ବାଚସ୍ପତି ପଦ!

ଭୁବନେଶ୍ୱର,୯।୬: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଇସିନା ହିଲରେ ଭବ୍ୟ ଆୟୋଜନ କରାଯାଇଛି।

ସୂତ୍ର ଅନୁଯାୟୀ, ମୋଦିଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ। ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି। ଏଥିସହ

ଏଥିସହ ଓଡ଼ିଶାରୁ କେତେକ ନେତାଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିପାରେ ବୋଲି କୁହାଯାଇଛି। ଧର୍ମେନ୍ଦ୍ର, ବୈଜୟନ୍ତ, ଅପରାଜିତାଙ୍କ ସମେତ ବହୁ ହେଭିୱେଟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିସହ ଭର୍ତ୍ତୃହରି ମହାତାବଙ୍କୁ ବାଚସ୍ପତି ପଦ ମିଳିବା ନେଇ କୁହାଯାଉଛି।

 

 

Share