Posted inଜାତୀୟ

ଭାଜପାରୁ ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମର…

ଭୋପାଳ,୨୫।୬ : ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ନେତା ତଥା ଚଳିତ ବର୍ଷର ବିଧାନସଭା ପ୍ରାର୍ଥୀ ତଥା ମଧ୍ୟପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ ନରେନ୍ଦ୍ର ସିଂ ତୋମର ଦଳର ପ୍ରାଥମିକ ସଦସ୍ୟ ତଥା ମଧ୍ୟପ୍ରଦେଶର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାନୁସାରେ, ସେ ଇସ୍ତଫା ରାଜ୍ୟ ସଭାପତିଙ୍କୁ ଜୁନ ୨୧ରେ ଦେଇଛନ୍ତି। ଜନସଂଘ ସମୟରେ ସକ୍ରିୟ ଥିବା ନରେନ୍ଦ୍ର ସିଂ ତୋମର ୧୯୮୫ ମସିହାରୁ ଭାଜପାରେ ୧୨ରୁ ଅଧିକ ପଦବୀରେ ରହିଆସିଥିଲେ।

ସେ ଜିଲା ସମବାୟ ବ୍ୟାଙ୍କ ଏବଂ ଜମି ବିକାଶ ବ୍ୟାଙ୍କର ସଭାପତି ତଥା ଏନଏଚଡିସି ର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ସେ ଭାଜପାର ଅନେକ ସେଲର ସଭାପତି ମଧ୍ୟ ରହିଛନ୍ତି। କିଲ୍ଲୋଦ ବିକାଶ ବ୍ଲକ ଏବଂ ମାନ୍ଧତା ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ବହୁ ସମର୍ଥକ ଅଛନ୍ତି। ତାଙ୍କ ଇସ୍ତଫା ଦେବାର ମୂଳ କାରଣ ପ୍ରକାଶ କରାଯାଇ ନାହିଁ, ସେ ପରିବାର ଏବଂ ସମାଜକୁ ସମୟ ଦେବା ପାଇଁ ଦଳରୁ ଅବସର ନେଇଥିବା କହିଛନ୍ତି। ଆଲୋଚନା ହେଉଛି ଜିଲାରେ ପାର୍ଟି ଏବଂ ସାଂଗଠନିକ କାର୍ଯ୍ୟକଳାପରେ ବରିଷ୍ଠତା ସତ୍ତ୍ୱେ ତାଙ୍କୁ କେହି ସମ୍ମାନ ଓ ଗୁରୁତ୍ୱ ଦେଉନାହାଁନ୍ତି।

ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମରଙ୍କ ଅନୁଯାୟୀ, ସେ ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ଦଳ ପାଇଁ ସମ୍ପୂର୍ଣ୍ଣ ନିଷ୍ଠାପର ସହ କାର୍ଯ୍ୟ କରିଥିଲେ। ପାର୍ଟି ମୋତେ ବହୁତ କିଛି ମଧ୍ୟ ଦେଇଥିଲା। ଜିଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ପଦବୀର ଦାୟିତ୍ୱ ଦେଇଥିଲା। ବିଧାନସଭା ନିର୍ବାଚନରେ ଏକ ସୁଯୋଗ ଦେଇଥିଲେ। ଦଳ ଉପରେ ମୋର କୌଣସି ଅଭିଯୋଗ ନାହିଁ। ମୁଁ ନିଜ ଇଚ୍ଛାରେ ଇସ୍ତଫା ଦେଇଛି। ମୁଁ ବର୍ତ୍ତମାନ ବିଶ୍ରାମ କରିବାକୁ ଚାହୁଁଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri