Categories: ଜାତୀୟ

କୃଷକଙ୍କ ଆଗରେ ପୁଣି ମୁଣ୍ଡ ନୁଆଁଇଲେ ସରକାର: କୃଷିମନ୍ତ୍ରୀ କହିଲେ ନଡା ଜଳାଇବା ଅପରାଧ ନୁହେଁ

ନୂଆଦିଲ୍ଲୀ,୨୭ ।୧୧: ଦେଶରେ ଏବେ ନଡା ଜଳାଇବା ଅପରାଧ ନୁହେଁ । ଏହି ଘୋଷଣା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କରିଛନ୍ତି । ସେ କହିଛନ୍ତି କୃଷକ ସଙ୍ଗଠନର ମୁଖ୍ୟ ଦାବି ଥିଲା ନଡା ଜଳାଇବାକୁ ଅପରାଧ ଶ୍ରେଣୀରୁ ବାହାର କରାଯାଉ । ସେଥିପାଇଁ ଏବେ କୃଷକଙ୍କ ଦାବିକୁ ସରକାର ମାନି ନେଇଛନ୍ତି । ଏହାସହ ତୋମାର କହିଛନ୍ତି ୩ ନୂଆ କୃଷି ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେଣୁ କୃଷକ ଆନ୍ଦୋଳନର କୌଣସି ଉଚିତ କାରଣ ନାହିଁ । କୃଷକମାନେ ବଡ ହୃଦୟର ପରିଚୟ ଦିଅନ୍ତୁ ଓ ପ୍ରଧାନମନ୍ତ୍ରୀଙ୍କ କଥାକୁ ସମ୍ମାନ ଦେଇ ନିଜ ନିଜ ଘରକୁ ଚାଲିଯିବାକୁ କୃଷିମନ୍ତ୍ରୀ କହିଛନ୍ତି ।
ସୂଚାଯୋଗ୍ୟ, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ସଂସଦର ଶୀତକାଳୀନ ଅଧିବେଶନ ୨୯ ନଭେମ୍ବରରୁ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନ ହିଁ ୩ କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିଧେୟକକୁ ସୂଚିବଦ୍ଧ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୩ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଘୋଷଣା ପରେ ମୋଦି କ୍ୟାବିନେଟ ବି ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

Share