ନଗ୍ନତାକୁ ପସନ୍ଦ କରନ୍ତିନି ନରଗିସ୍‌

ମୁମ୍ବାଇ: ନରଗିସ୍‌ ଫକରୀ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ନିକଟରେ ସେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଗାମୀ ପ୍ରୋଜେକ୍ଟ ‘ତତ୍‌ଲୁବାଜ୍‌’ରେ ତାଙ୍କୁ ଦେଖିବାକୁ ମିଳିବେ। ଆଗାମୀ ଶୋ’କୁ ପ୍ରମୋଶନ କରିବାକୁ ଆସି ନରଗିସ୍‌ ନିକଟରେ ଏକ ସାକ୍ଷାତ୍‌କାରରେ ନଗ୍ନତାକୁ ନେଇ ତାଙ୍କ ମତ ରଖିଛନ୍ତି। କୌଣସି ଏକ ପ୍ରୋଜେକ୍ଟ ପାଇଁ ନଗ୍ନ ଶୁଟ୍‌ ତାଙ୍କୁ ପସନ୍ଦ କି ନାହିଁ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ଏଥିରେ କେବେ ବି ନଗ୍ନତାପୂର୍ଣ୍ଣ ଶୁଟ୍‌ କରିବେନି। କାରଣ ସେ ନଗ୍ନତାରେ ପସନ୍ଦ କରନ୍ତିନି ବୋଲି ନ୍‌ମତ ରଖିଥିଲେ। ସେ କୌଣସି ଚରିତ୍ରରେ କାମ କରିବାକୁ ପସନ୍ଦ କରିଥାନ୍ତି, କାରଣ ଏହା ଜଣେ ଅଭିନେତ୍ରୀ ଭାବେ ତାଙ୍କ କର୍ତ୍ତବ୍ୟ। ଏଥିସହ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆର୍ଟିଷ୍ଟମାନେ କିପରି ନିଜ ଲିମିଟ୍‌କୁ ବଢାଇଥାନ୍ତି, ତାହା କହିଥିଲେ।

Share