ରିଲେଶନଶିପକୁ ନେଇ ମୁହଁ ଖୋଲିଲେ ନର୍ଗିସ

ମୁମ୍ବାଇ: ବଲିଉଡ୍‌ର ନାଁ କରା ଅଭିନେତ୍ରୀ ନର୍ଗିସ ଫାକରି କରୋନା ମହାମାରୀ ପରଠାରୁ ୟୁଏସ୍‌ରେ ରହି ଆସୁଛନ୍ତି । ଏହି ସମୟରେ ସେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଯୋଡି ହୋଇ ରହୁଛନ୍ତି । ଏମିତି ଏକ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା ତଥା ପ୍ରଯୋଜକ ଉଦୟ ଚୋପ୍ରାଙ୍କ ଲଭ ଷ୍ଟୋରୀ ଚର୍ଚ୍ଚାରେ ରହିଥିଲା । ସେମାନେ କିନ୍ତୁ କେବେ ଏହା ଖୋଲି କହି ନ ଥିବା ବେଳେ ନିକଟରେ ଏକ ସାକ୍ଷାତ୍‌କାରରେ ନର୍ଗିସ ତାଙ୍କ ରିଲେଶନଶିପକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି । ନେ କହିଛନ୍ତି ଉଦୟ ଓ ମୁଁ ପରସ୍ପରକୁ ୫ ବର୍ଷ ପର୍ଯ୍ୟନ୍ତ ଡେଟ୍ କରୁଥିଲୁ । ଭାରତରେ ମୋତେ ମିଳିଥିବା ଲୋକଙ୍କ ମଧ୍ୟରେ ଉଦୟ ମୋ ପାଇଁ ସବୁଠାରୁ ଭଲ ଥିଲେ ବୋଲି ନର୍ଗିସ କହିଛନ୍ତି । ମୁଁ ଏହାକୁ କେବେ ସାର୍ବଜନିକ କରି ନ ଥିଲି କାରଣ ମୋତେ କେତେଜଣ ଏହାକୁ ସାର୍ବଜନିକ ନ କରିବା ପରାମର୍ଶ ଦେଇଥିଲେ । ହେଲେ ଏହା ବୋଧହୁଏ ଠିକ୍ ନଥିଲା । ମୋତେ ପାହାଡ଼ ଉପରକୁ ଚଢିଯାଇ ଚିତ୍କାର କରି କହିବାର ଥିଲା କି ମୁ ଜଣେ ଭଲ ଲୋକ ସହ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ବହୁ ଭୁଲ୍ କଥା କହୁଛି । ଫଳରେ ବାହାରେ ଥିବା ଲୋକେ ସତ କ’ଣ ଜାଣି ପାରୁ ନାହାଁନ୍ତି । ନର୍ଗିସ ତଥା ଉଦୟଙ୍କ ଡେଟିଂ ଖବର ୨୦୧୪ରେ ସାମ୍ନାକୁ ଆସିଥିଲା । ହେଲେ ଏହାକୁ ଉଭୟ ମନା କରିଦେଇଥିଲେ । ନର୍ଗିସ କହୁଥିଲେ ଉଦୟ ତାଙ୍କ ଜୀବନରେ ସର୍ବଦା ରହିବେ ।

Share