୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ୨୧ଦିନ କିଛି ନ ଖାଇ କେବଳ ପାଣି ପିଇକି ରହିବେ ନର୍ଗିସ୍‌। ଏ ନେଇ ନର୍ଗିସ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। କିନ୍ତୁ ସେ ଏପରି କରିବାର କାରଣ କିଛି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ତାଙ୍କର ଫିଟନେସକୁ ନେଇ ଏପରି କରୁଥିବା କୁହାଯାଉଛି।

ନର୍ଗିସ୍‌ ଏବେ ଜର୍ମାନରେ ଅଛନ୍ତି। ସେଠାରୁ ସେ ତାଙ୍କର ୨-୩ଟି ଭିଡିଓ ଶେୟାର କରିଛନ୍ତି। ପ୍ରଥମ ଭିଡିଓରେ ସେ ତାଙ୍କର ୨୧ ଦିନ ବ୍ରତ ବିଷୟରେ କହିଥିବା ବେଳେ ଦ୍ୱିତୀୟ ଭିଡିଓରେ ଏହାର ଉପକାର ବିଷୟରେ କହିଛନ୍ତି। ଏହି ଉପବାସ ଦ୍ୱାରା ଶରୀରକୁ ଲାଭ ମିଳିବା ସହ ଶରୀର ସେଲୁଲାର୍‌ ସ୍ତରରେ ପୁନର୍ବାର ପ୍ରସ୍ତୁତ ହୁଏ ବୋଲି ସେ କହିଛନ୍ତି।

Share