ବହୁଦିନ ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଫେରିବେ ନର୍ଗିସ

ଅଭିନେତ୍ରୀ ନର୍ଗିସ ଫାଖରୀ ବଲିଉଡ୍‌ରୁ ବ୍ରେକ୍‌ ନେଇଯାଇଥିଲେ। ଏପରି ନ କରିବାକୁ ତାଙ୍କୁ ଅନେକ ଜଣ ବୁଝାଇଥିଲେ। କାରଣ ବ୍ରେକ୍‌ ନେବାପରେ କଳାକାରଙ୍କୁ କେବଳ ଦର୍ଶକ ନୁହଁନ୍ତି, ବରଂ ନିର୍ମାତା ନିର୍ଦ୍ଦେଶକମାନେ ମଧ୍ୟ ଭୁଲିଯାଆନ୍ତି। ନର୍ଗିସଙ୍କ ସହ ଠିକ୍‌ ସେଇଆ ହିଁ ଘଟିଲା। ସେ ଫିଲ୍ମ ରକଷ୍ଟାରରୁ ବଲିଉଡରେ ଡେବ୍ୟୁ କରିଥିଲେ। ମାତ୍ର ବର୍ତ୍ତମାନ ତାଙ୍କୁ ଉଦୟ ଚୋପ୍ରାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଭାବରେ ଲୋକେ ମନେରଖିଛନ୍ତି। ଦୁଇ ବର୍ଷର ବ୍ରେକ୍‌ ପରେ, ନର୍ଗିସ କିଛି ଦିନ ହେବ ବଲିଉଡ୍‌ରେ ପୁଣିଥରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳତା ପାଇ ନ ଥିଲେ। ସେ ବର୍ତ୍ତମାନ ପୁଣି ପରଦାକୁ ଫେରୁଛନ୍ତି। ମାତ୍ର ବଲିଉଡକୁ ନୁହେଁ ବରଂ ସାଉଥ ଫିଲ୍ମକୁ। ନର୍ଗିସ, ପୱନ କଲ୍ୟାଣଙ୍କ ସହ ତେଲୁଗୁ ଫିଲ୍ମ ‘ହରି ହରା ଭୀରା ମଲ୍ଲୁ’ରେ ନଜର ଆସିବେ। ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ।
ନର୍ଗିସଙ୍କ ବ୍ରେକ୍‌ଅପ୍‌ ପରେ ଲୋକେ ଭାବୁଥିଲେ ସେ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି। ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକାରେ ସେଟେଲ ହୋଇଥିବା ଖବର ଆସିଥିଲା। ଉଭୟ ବିବାହ କରିବାକୁ ସ୍ଥିର ହୋଇଥିଲା। ମାତ୍ର ୨୦୧୭ରେ ସେ ଉଦୟଙ୍କ ସହ ତାଙ୍କର ବ୍ରେକଅପ୍‌ ଘୋଷଣା କରିଥିଲେ। ୨୦୧୮ ରେ, ନର୍ଗିସ ଫିଲ୍ମ ନିର୍ମାତା ମେଟ ଆଲୋନଜୋଙ୍କ ସହ ରିଲେଶନସିପ୍‌ରେ ଥିବା ପ୍ରକାଶ କରିଥିଲେ।

Share