ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: ଆସିଲା ବଡ଼ ରାୟ

କଳାହାଣ୍ଡି,୮।୧୦: କଳାହାଣ୍ଡି ଜିଲା ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଉପରେ ହାଇକୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ଖାଲି ପଡ଼ିଥିବା ସମିତି ସଭ୍ୟ ଓ ଅଧ୍ୟକ୍ଷ ପଦ ପାଇଁ ସାନି ବିଜ୍ଞପ୍ତି ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାନି ବିଜ୍ଞପ୍ତି ଜାରି ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଥମେ ସମିତି ସଭ୍ୟ, ପରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share