Categories: ଜାତୀୟ

ମନ୍ତ୍ରୀଙ୍କ ମାସ୍କ ଦେଖି କିଛି ସମୟ ଅଟକିଗଲେ ଲୋକେ

ଭୋପାଳ,୧୧।୮: ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି। ଆଉ ଯିଏ ତାଙ୍କର ଏହି ରୂପ ଦେଖିଛି ସେ କିଛି ସମୟ ପାଇଁ ଅଟକି ଯାଇଛି। କରୋନା ମହାମାରୀ ସମୟରେ ମାସ୍କ ନ ପିନ୍ଧି ଚର୍ଚ୍ଚାକୁ ଆସିଥିବା ମନ୍ତ୍ରୀ ନିକଟରେ ନିଜ ମୁହଁର ଛବିଥିବା ଏକ ମାସ୍କ ତିଆରି କରିଛନ୍ତି। ଆଉ ଏହାକୁ ପିନ୍ଧିବା ପରେ ସେ ମାସ୍କ ପିନ୍ଧିଛନ୍ତି କି ନା ତାହା ଆଦୌ ଜଣାପଡୁନାହିଁ। କିଛିଦିନ ପୂର୍ବେ ସେ ମାସ୍କ ନ ପିନ୍ଧୁଥିବାରୁ ଯିଏ ତାଙ୍କୁ ମାସ୍କ ପିନ୍ଧାଇବ କଂଗ୍ରେସ ଉକ୍ତ ବ୍ୟକ୍ତିଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା। ହେଲେ ଶ୍ରୀ ମିଶ୍ର କହିଥିଲେ ସେ ଗାମୁଛା ଗୁଡାଇ ହେଉଛନ୍ତି ଯାହା ୩ ଲେୟାର ବିଶିଷ୍ଟ। ସେ କରୋନା ମାହାମରୀକୁ ନେଇ ସରକାର ଜାରି କରିଥିବା ସମସ୍ତ ଗାଇଡ୍‌ଲାଇନ ପାଳନ କରୁଛନ୍ତି ବୋଲି କହିଥିଲେ। ଆଉ ଏବେ ତାଙ୍କର ମାସ୍କ ପିନ୍ଧିବାର ଭିନ୍ନ ଷ୍ଟାଇଲ ତାଙ୍କୁ ଚର୍ଚ୍ଚାକୁ ଆଣିଛି।

Share