ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର: କାହିଁକି କହିଲେ ନପଚାରିଲେ ବି ଉପଦେଶ ଦେବି

ଭୁବନେଶ୍ୱର,୧୭।୮: ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି କୌଣସି ନେତାଙ୍କୁ କୋଣଠେସା କରାଯାଇନାହିଁ। ଯିଏ କାମ କରିବ ସେ ପଦ ପଦବୀରେ ନଥାଇ ଯିଏ ବି କାମ କରୁଛି, ତାକୁ ପଦ ପଦବୀରେ ରହିବାର ଆବଶ୍ୟକତା ନାହିଁ।
ସେ କହିଛନ୍ତି ଏଆଇସିସି ସବୁ କଥା ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି। ଯଦି ତାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ଆଲୋଚନା କରିଥାନ୍ତେ, ଏବଂ କମିଟିରେ ରଖିବାକୁ ଆବଶ୍ୟକ ଭାବିଥିଲେ ରଖିଥାନ୍ତେ ବୋଲି କହିଛନ୍ତି ନରସିଂହ। ଏହାସହ ଏଆଇସିସିର ନିର୍ଦ୍ଦେଶ ମାନିବାକୁ ବାଧ୍ୟ, କିନ୍ତୁ କଂଗ୍ରେସ ପାଇଁ କାମ କରୁଥିବୁ। ଏପରିକି ଆବଶ୍ୟକ ପଡିଲେ ନପଚାରିଲେ ବି ଉପଦେଶ ଦେବୁ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର। ରାଜ୍ୟ କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଛି। ଭୋଟ ହାର କମିବାରେ ଲାଗିଛି। କଂଗ୍ରେସକୁ ଭବିଷ୍ୟତରେ ସଫଳତା ହାସଲ କରିବା ପାଇଁ ଏଆଇସିସି ଚିନ୍ତା କରୁଥିବା ନରସିଂହ କହିଛନ୍ତି । ଷ୍ଟିଅରିଂ କମିଟି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରେ ବୋଲି ନରସିଂହ ମିଶ୍ର କହିଛନ୍ତି । କେଉଁ ଜିଲାରେ କାହାକୁ ନେତୃତ୍ୱ ଦେଲେ ଭଲ ହେବ, ରାଜ୍ୟ କଂଗ୍ରେସର କିଏ ମଙ୍ଗ ଧରିବ କମିଟି ନିଷ୍ପତ୍ତି ନେବ।

Share