Categories: ଫୁରସତ

ମହାକାଶଚାରୀ ଯାତ୍ରୀମାନେ କିପରି ଧୁଅନ୍ତି ନିଜର କେଶ: ଜାରି ହେଲା ଭିଡ଼ିଓ

ଛୋଟବେଳେ ପିଲାଙ୍କୁ ବଡ଼ ହେଲେ କ’ଣ ହେବ ପଚାରିଲେ ଏହାର ପ୍ରତି ଉତ୍ତରରେ ଅଧିକାଂଶ ପିଲା ମହାକାଶଚାରୀ ହେବେ ବୋଲି ଉତ୍ତର ଦେଇଥାନ୍ତି। ସେହିପରି ସ୍ପେସ୍‌ରେ ମହାକାଶଚାରୀ ଯାତ୍ରୀଙ୍କ ଜୀବନଶୈଳୀ କିପରି ରହିଥାଏ ତା’କୁ ଜାଣିବା ପାଇଁ ସମସ୍ତ ଭିତରେ ଉତ୍ସୁକତା ଭରି ରହିଥାଏ। ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଛି। ଯେପରିକି ମହାକାଶଚାରୀଙ୍କ ଦାନ୍ତ ଘଷିବା ଓ ଖାଦ୍ୟ ଖାଇବା ଉପରେ। ହେଲେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିଛନ୍ତି କି, ମହାକାଶରେ ମହାକାଶଚାରୀମାନେ କିପରି ନିଜର କେଶ ଧୋଇଥାନ୍ତି। ଯଦି ଜାଣି ନାହାନ୍ତି ତା’ହେଲେ ଏହି ଭିଡିଓକୁ ଦେଖିଲେ ନିଶ୍ଚୟ ଜାଣିଯିବେ।

ଉକ୍ତ ଭିଡ଼ିଓରେ ନାସାର ଜଣେ ମହିଳା ମହାକାଶଚାରୀ କରେନ ନ୍ୟବର୍ଗ ଅର୍ନ୍ତଜାତୀୟ ସ୍ପେସ୍‌ ଷ୍ଟେସନରେ ନିଜର କେଶ ଧୋଉଥିବା ଦେଖିବାକୁ ମିଳିଛି। ପ୍ରଥମେ ସେ କେଶର ମୂଳରେ ଗରମ ପାଣି ପକାଇଥିଲେ ଓ ପରେ ଶାମ୍ପୁରେ ମୁଣ୍ଡ ସଫା କରିଥିଲେ। ଏହି ମଜାଦାର ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ୨୦୧୩ରେ ୟ୍ୟୁଟୁବରେ ଏହି ଭିଡ଼ିଓକୁ ଫ୍ରାମ ସ୍ପେସ୍‌ ନାମକ ଏକ ଚ୍ୟାନେଲ ଦ୍ୱାରା ଶେୟାର କରାଯାଇଥିଲା। ଏହାପରେ ନଭେମ୍ବର ୬ରେ ଏହି ଭିଡ଼ିଓକୁ ରେଡିଟରେ ଶେୟାର କରାଯାଇଥିଲା। ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ୯୮.୩ ହାଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିଥିବା ବେଳେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ କମେଣ୍ଟ କରିଥିବା ଜଣାପଡ଼ିଛି। ତେବେ ଏହି ଭିଡ଼ିଓକୁ ୟୁଜର୍ସମାନେ ବେଶ୍‌ ପସନ୍ଦ କରିଛନ୍ତି।

Share