ବ୍ରହ୍ମାଣ୍ଡରେ ଦେଖାଗଲା ଭୟଙ୍କର ପିଶାଚ, ନାସା ଜାରି କଲା ଫଟୋ

ନୂଆଦିଲ୍ଲୀ,୯।୧୨: ବ୍ରହ୍ମାଣ୍ଡ ଏପରି ଏକ ସ୍ଥାନ ଯାହା ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ। ଦିନକୁ ଦିନ ଏହାର ରହସ୍ୟ ଉନ୍ମୋଚନ ହେବା ସହ ବହୁତ କିଛି ଜାଣିବାକୁ ମିଳିଥାଏ। ନିକଟରେ ନାସା ମହାକାଶର ଏକ ଏପରି ଫଟୋ ଶେୟାର କରିଛି ଯାହାକୁ ଦେଖିଲେ ଭୟଭୀତ ହୋଇପଡିବେ।

ଏରୋନେଟିକାଲ ଏବଂ ସ୍ପେସ ରିସର୍ଚ୍ଚ ଏଜେନ୍ସି(ନାସା) ଜେମ୍ସଓ୍ବେବ ସ୍ପେସ ଟେଲିସ୍କୋପରେ ଦେଖା ଯାଇଥିବା ଏକ ଦୃଶ୍ୟ ଶେୟାର କରିଛି। ଏହାକୁ ଡିପ-ସ୍ପେସ ବ୍ଲବ ମନଷ୍ଟର ବା ଭୟଙ୍କର ଦେଖାଯାଉଥିବା ପିଶାଚ କୁହାଯାଉଛି। ପିଶାଚର ଦୁଇଟି ବଡ ବଡ ଆଖିଥିବାବେଳେ ପାଟିଟି ଭୟଙ୍କର ଦେଖାଯାଉଛି। ଯେପରି ପାଟି ଆଁ କରି ସେ ସାରା ବ୍ରହ୍ମାଣ୍ଡକୁ ଗିଳି ବସିବ। ତେବେ ଏହା ଏକ ବିଶାଳ ଧୂଳି ଭରିଥିବା ଆକାଶଗଙ୍ଗା, ଯାହାକି ପ୍ରତି ବର୍ଷ ଶତାଧିକ ତାରାକୁ ଜନ୍ମଦେଇଥାଏ।

Share