ଗ୍ରହାଣୁ ପିଣ୍ଡ ନମୁନା ସହ ଫେରିଲା ନାସା କ୍ୟାପ୍‌ସୁଲ୍‌

ଓ୍ବାଶିଂଟନ,୨୫ା୯ : ଦୀର୍ଘ ୭ ବର୍ଷର ମହାକାଶ ଅଭିଯାନ ପରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟାପ୍‌ସୁଲ୍‌ ରବିବାର ସଫଳତାର ସହ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି। ଏହି ମହାକାଶ ଯାନ ଏକ ଗ୍ରହାଣୁ ପିଣ୍ଡର ନମୁନା ସାଙ୍ଗରେ ଧରି ଆମେରିକାର ଉଟାହ ମରୁଭୂମିରେ ସଫ୍ଟ ଲ୍ୟାଣ୍ଡିଂ କରିଛି। ମାନବ ଦ୍ୱାରା ଏପର୍ଯ୍ୟନ୍ତ ସଂଗୃହୀତ ଗ୍ରହାଣୁ ପିଣ୍ଡ ନମୁନା ମଧ୍ୟରେ ଏହା ସର୍ବବୃହତ୍‌। ସୌରଜଗତ ସୃଷ୍ଟି ଏବଂ ପୃଥିବୀ କିପରି ବାସୋପଯୋଗୀ ହେଲା ତାହା ଉକ୍ତ ନମୁନା ଅଧ୍ୟୟନରୁ ଭଲ ଭାବେ ବୁଝିହେବ ବୋଲି କୁହାଯାଉଛି। ସେଥିପାଇଁ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ୨୦୧୬ରେ ଏହି କ୍ୟାପ୍‌ଶୁଲ୍‌କୁ ମହାକାଶକୁ ପଠାଯାଇଥିଲା ଏବଂ ୨୦୨୦ରେ ବେନୁ ଗ୍ରହାଣୁ ପିଣ୍ଡରେ ଏହା ଅବତରଣ କରିଥିଲା। ବେନୁର ପଥୁରିଆ ପୃଷ୍ଠରୁ ଏହା ୨୫୦ ଗ୍ରାମ ଧୂଳି ସଂଗ୍ରହ କରିଛି।

Share